ଗରିବ , ଖଟିଖିଆ, ମା ଓ ଭଉଣୀଙ୍କ ଭରସାର ପ୍ରତୀକ ବିଜେଡି: ଅନନ୍ତ ନାରାୟଣ ଜେନା

0

ବିଜୁ ଜନତାଦଳର 25ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ତରଫରୁ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ନେତୃତ୍ୱରେ ୟୁନିଟ୮ ଗଜଲକ୍ଷ୍ମୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ୟୁନିଟ ୮ D. A. V School ଠାରୁ ୩୦୦୦ ରୁ ଉର୍ଦ୍ଧ ଲୋକ ଏକ ବିଶାଳ ଶୋଭାଯାତ୍ରା ଯାଇ ଗଜଲକ୍ଷ୍ମୀ ପଡିଆ ରେ ପହଞ୍ଚିଥିଲେ। ପ୍ରବାଦ ପୁରୁଷ ଭୂମି ପୁତ୍ର ବିଜୁ ବାବୁଙ୍କ ନାମରେ ଗଠିତ ଏହି ଦଳ ଏବଂ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଦୀର୍ଘ ୨୧ ବର୍ଷ ଧରି ଓଡ଼ିଶାର ଗରିବ , ଖଟିଖିଆ, ଦିନମଜୁରିଆ , ମା ଓ ଭଉଣୀ ମାନଙ୍କ ଆଶା ବିଶ୍ୱାସ ଓ ଭରସାର ପ୍ରତୀକ ଭାବେ ଠିଆ ହୋଇଛି ବୋଲି ବିଧାୟକ ନିଜ ଅଭିଭାଷଣ ରେ କହିଥିଲେ ଏବଂ କୋରନା ମହାମାରୀ ସମୟରେ ସାରା ଦେଶକୁ ଅକ୍ସିଜେନ ଯୋଗେଇ ମୁଖ୍ୟମନ୍ତ୍ରୀ ଉଦାହରଣ ସାଜିଛନ୍ତି ଯେଉଁଥିପାଇଁ ଓଡିଶା ବିଶ୍ୱ ଦରବାର ରେ ଚର୍ଚ୍ଚାକୁ ଆସିଚି, କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଚି, ମମତା ଯୋଜନା ହେଉ କି କାଳିଆ ସାରା ଦେଶରେ ରୋଲ ମଡେଲ ହୋଇପାରିଛି। ଦୀର୍ଘ 21 ବର୍ଷ ଧରି ଓଡ଼ିଶାର ଗରିବ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଭିତ୍ତିଭୂମିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା କାମ କରିଆସୁଛନ୍ତି | ବଡ ବଡ କମ୍ପାନୀ ମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରି ଓଡ଼ିଶାର ବିକାଶର ମାଧ୍ୟମ ପାଲଟିଛନ୍ତି,ଆଜି ମିଶନ ଶକ୍ତି ମାଧ୍ୟମରେ ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ରାଜନୀତି କ୍ଷେତ୍ରରେ ମଧ୍ୟ ମହିଳା ମାନଙ୍କ ପାଇଁ ବିଜୁ ଜନତା ଦଳ ସରକାର ପାର୍ଲିଆମେଣ୍ଟରେ 33 % ସ୍ଥାନ ସଂରକ୍ଷଣ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି | BSKY ଯୋଜନା ଦ୍ୱାରା ଗରିବ ଅସହାୟ ମନେ ମାଗଣା ରେ ଚିକିତ୍ସା ପାଇପାରୁଛନ୍ତି ଯାହାକି ସେମାନଙ୍କ ମୁଖ୍ୟ ସମସ୍ୟା ଦୂର କରିଛି, ସେମାନଙ୍କୁ ଆଉ ଚିକିତ୍ସା ପାଇଁ ସୁନା ଗହଣା ଜମି ବିକିବାକୁ ପଡ଼ିବନି, ଜାଗା ମିଶନ ଜରିଆରେ ବସ୍ତି ର ଉନ୍ନତିକରଣ କାର୍ଯ୍ୟ ଚାଲିଚି ଉଜ୍ଜଳ ଆଲୋକ ପିଇବା ପାଣି ବ୍ୟବସ୍ଥା ହୋଇଛି, ସମସ୍ତ ବସ୍ତି ବାସିନ୍ଦା ଙ୍କ ସମ୍ମାନ ପାଇଁ ବସ୍ତି କୁ ଆଜି ବିଜୁ ଆଦର୍ଶ କଲୋନୀ ରେ ପରିଣତ କରାଯାଇପାରିଛି | 5T school transformation ଜରିଆରେ ବିଦ୍ୟାଳୟର ଭିର୍ତିଭୂମି ସୁଦୃଢ ହୋଇପାରିଛି | ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ପୂର୍ବତନ କର୍ପୋରେଟର ଯୁବ ଛାତ୍ର ମହିଳା, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ | ବହୁ ସଂଖ୍ୟା ରେ ଯୋଗଦେଇ ସଭା କୁ ସଫଳ କରିଥିବାରୁ ବିଧାୟକ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ |

Leave a comment