ଭୁଲରେ ଗାଈଙ୍କୁ ଏହି ୩ ଟି ଜିନିଷ କେବେ ଖାଇବାକୁ ଦେବେନାହିଁ, ନହେଲେ ଦେଖାଯିବ ଆର୍ଥିକ ଅଭାବ
ଗାଈଙ୍କୁ ଭୁଲରେ ମଧ୍ୟ ଏହି ୩ଟି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ। ନଚେତ ମା ଲକ୍ଷ୍ମୀ ହୋଇଥାନ୍ତି କ୍ରୋଧିତ ଏବଂ ଆପଣଙ୍କ ଘରକୁ ଆସିଥାଏ ଗରିବୀ। ହିନ୍ଦୁ ଧର୍ମ ରେ ଏହା ମାନ୍ୟତା ରହିଅଛି ଯେ ଗାଈର ସେବା ଯଦି ନିସ୍ଵାର୍ଥ ଭାବରେ କରାଯାଏ ତେବେ ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଗାଈକୁ ଆମେ କିଛି ନା କିଛି ଖାଇବାକୁ ଦେଇଥାଉ। ହିନ୍ଦୁ ଧର୍ମ ଅନୁସାରେ ଗାଈର ସେବା ବିନା ସ୍ୱାର୍ଥରେ କରିଲେ ମା ଲକ୍ଷ୍ମୀଙ୍କର ଘରେ ବାସ ହୋଇଥାଏ। ଗାଈକୁ ସନାନ୍ତନ ଧର୍ମରେ ମା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ। ଗାଈର ସେବା କରିଲେ ଘର ପରିବାର ସୁଖୀ ରହିଥାଏ ଏବଂ ଯେଉଁ ଘରେ ଗାଈର ସେବା କରାଯାଏ ନାହିଁ ସେଠାରେ ବାଧା ବିଘ୍ନ ଉତ୍ପନ୍ନ ହୋଇଥାଏ।
ଆସନ୍ତୁ ଜାଣିବା ଗାଈକୁ କେଉଁ ୩ଟି ଜିନିଷ ଖୁଆଇବା ଉଚିତ ନୁହେଁ।
-ଗାଈ ଶରୀରରେ ସମସ୍ତ ଦେବୀ ଦେବତା ଙ୍କ ନିବାସ ମାନାଯାଇଅଛି। ସକାଳେ ଆପଣ ନିଜ ଘରେ ବନାଉଥିବା ପ୍ରଥମ ରୋଟି ଯଦି ଗାଈଙ୍କୁ ଖୁଆଇ ଥାନ୍ତି ତେବେ ଦେବୀଦେବତା ଙ୍କ ଆଶୀର୍ବାଦ ମିଳିଥାଏ। ଗାଈକୁ ଗୁରୁ ସହିତ ଯୋଡା ଯାଇଅଛି। ଏଥିପାଇଁ ଗୁରୁବାର ଦିନ ଗାଈକୁ ରୋଟି ସହିତ ଏକ ଚୁଟୁକି ହଳଦୀ ପକାଇ ଖାଇବାକୁ ଦିଅନ୍ତୁ। ଏହା ଦ୍ଵାରା ସୁଖ ସମ୍ପତ୍ତି ଧନ ଐଶ୍ୱର୍ଯ୍ୟ ବଢିଥାଏ ଏବଂ ଦୁଷ୍ଟ ଗ୍ରହ ଶାନ୍ତ ହୋଇଯାଇଥାନ୍ତି।
+ଯେଉଁ ଲୋକ ମାନସିକ ଭାବରେ ଚିନ୍ତିତ ଅଛନ୍ତି ସେମାନେ ଗାଈକୁ ରୋଟି ଉପରେ ଅଳ୍ପ ଗୁଡ ରଖି ଖାଇବାକୁ ଦିଅନ୍ତୁ। ଏହାଦ୍ଵାରା ସକାରାତ୍ମକ ଊର୍ଜା ଆସିଥାଏ। ଟେନସନ ଶେଷ ହୋଇଥାଏ। ସ୍ୱାସ୍ଥ୍ୟ ଉତ୍ତମ ରହିଥାର।
-ଯଦି ଆପଣଙ୍କୁ ଲାଗୁଅଛି ଯେ ଆପଣଙ୍କ ସମସ୍ତ ଗ୍ରହ ଖରାପ ଅଛି ତେବେ ଏମିତିରେ ଆପଣ ଗାଈକୁ ପ୍ରଥମ ରୋଟି ପ୍ରତିଦିନ ଖାଇବାକୁ ଦିଅନ୍ତୁ। ସମସ୍ତ ଗ୍ରହ ଧୀରେ ଧୀରେ ଶୁଭ ହୋଇଯିବେ।
-କେବେ କେବେ ଜୀବନରେ ଲମ୍ବା ସମୟରେ ଶୁଭ ଏବଂ ମଙ୍ଗଳ କାର୍ଯ୍ୟ ହୋଇପାରୁନାହିଁ ତ ଏମିତିରେ ଆପଣ ଗାଈକୁ ରୁଟି ଖୁଆନ୍ତୁ। ଗାଈର ମସ୍ତିଷ୍କକୁ ଛୁଇଁ ନିଜର ମନସ୍କାମନା କୁହନ୍ତୁ ଏବଂ ପ୍ରଣାମ କରନ୍ତୁ ଓ ପାଦକୁ ଛୁଅନ୍ତୁ। ଏହା ଦ୍ବାରା ଆପଣଙ୍କର ମନସ୍କାମନା ଅବଶ୍ୟ ପୂରଣ ହୋଇଯିବ।
ଏହା ଥିଲା ଆପଣ ଗାଈକୁ କଣ ଖୁଆଇବେ କିନ୍ତୁ ଗାଈକୁ କଣ ଖୁଆଇବା ଉଚିତ ନୁହେଁ ଏବେ ଆମେ ସେହି ବିଷୟରେ ଜାଣିବା।
-ଗାଈକୁ ରୁଟିତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି। ଏହି ରୁଟି ବାସି ହେବା ଉଚିତ ନୁହେଁ କିମ୍ବା ଗୋଟିଏ ଦିନ ପୂର୍ବରୁ ଯେଉଁ ରୁଟିକୁ ବନେଇ ଥାଆନ୍ତି ତାକୁ ସକାଳୁ ସକାଳୁ ଖୁଆଇବା ଉଚିତ ନୁହେଁ। କେତେଥର ଆପଣ ରୁଟି ବନେଇଦେଇ ଥାନ୍ତି କିନ୍ତୁ ସେହିଦିନ ଗାଈ ଆପଣଙ୍କୁ ମିଳେ ନାହିଁ ସେହି ରୁଟିକୁ ରଖିଦିଅନ୍ତି ଏବଂ ତା ପର ଦିନ ଗାଈକୁ ସେହି ରୁଟି ଖୁଆଇବା ଦ୍ୱାରା ଏହା ଗାଈର ଅପମାନ ବୋଲି ମାନାଯାଏ। ଗୋଟିଏ ଦିନ ଆଗରୁ ବଳକା ରହିଥିବା ରୁଟିକୁ ମାନେ ବଳକା ବାସି ରୁଟିକୁ ଗାଈକୁ ଖୁଆଇବା ଉଚିତ ନୁହେଁ।
-ପଚା ସଢା ଜିନିଷ ଖରାପ ଜିନିଷ ଗାଈକୁ ଖୁଆନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ସମସ୍ୟା ଆସିଥାଏ। ଯଦି ଆପଣ ଏପରି କରୁଥାନ୍ତି ତାହେଲେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ ଏହା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। ଗାଈକୁ ଘାସ ତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି ଘାସ ଖୁଆଇବା ସମୟରେ ଆପଣ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଗାଈକୁ ସବୁଠୁ ଅଧିକ ଅସ୍ତ ପତ୍ର ଖୁଆଇଥାନ୍ତି କିନ୍ତୁ ଗାଈକୁ ଅସ୍ତ ପତ୍ର ଆପଣ ନିଜେ ତୋଳିକି ଖୁଆନ୍ତୁ ନାହିଁ।
-ଆପଣ ଘରକୁ ପନିପରିବା ଆଣନ୍ତି ତ ସେଥିରେ ଶାଗ ଆସିଥାଏ ତ ଆପଣ ସେଥିରୁ ଭଲ ଜିନିଷ ବାଛି ରଖି ଦେଇ ବଞ୍ଚି ଥିବା ଜିନିଷକୁ ଗାଈକୁ ଖୁଆନ୍ତୁ ନାହିଁ। ଆପଣ ଯାହା ଦିଅନ୍ତି ଗାଈ ଖାଇଦିଏ କିନ୍ତୁ କିଛି ଭଲ ଜିନିଷ ମିଶାଇ ଗାଈକୁ ଖୁଆଇ ଦିଅନ୍ତୁ। ତ ଭଲ ଫାଇଦା ମିଳିବ। ଗାଈକୁ କ୍ଷୀର ପିଆଇବା ଉଚିତ ନୁହେଁ। ଆପଣ ଦହି ଚାଉଳ ଖୁଆଇ ପାରିବେ କିନ୍ତୁ କ୍ଷୀର ସଜ ହେଉ କିମ୍ବା ବାସି ଭୁଲରେ ମଧ୍ୟ ଗାଈକୁ ଖୁଆନ୍ତୁ ନାହିଁ।