ପାକିସ୍ତାନ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରବାକୁ କରିଛି ମିଶାଇଲ ପରୀକ୍ଷଣ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନ ମିଶାଇଲ ପରୀକ୍ଷଣ କରି ଭାରତ ଉପରେ ଚାପ ପକାଇବାକୁ କରୁଛି ବୃଥା ଚେଷ୍ଟା । ଆମେରିକ, ଚିନ ପରି ରାଷ୍ଟ୍ର କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ କରିବାକୁ ମନା କରିବା ପରେ ପାକିସ୍ତାନ ସରକାରଙ୍କ ନିଦ ହଜିଯାଇଛି । ସେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଯାଇ କାଲି ମଧ୍ୟ ରାତ୍ରିରେ ମିଶାଇଲ ପରୀକ୍ଷଣ କରିଥିବା ଦାବି କରୁଛି ।

ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରରେ ପାକିସ୍ତାନ ବାଲାଷ୍ଟିକ ମିସାଇଲ ‘ଗଜନବୀ’ର ସଫଳ ପରୀକ୍ଷଣ କରିଥିବା ପାକିସ୍ତାନ ଦାବି କରିଛି । ଏହା ଏକ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ମିସାଇଲ । ଏହି ପରୀକ୍ଷଣ ବେଲୁଚିସ୍ତାନରେ କରାଯାଇଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ୨୯୦ ରୁ ୩୨୦ କିଲୋମିଟର । ‘ଗଜନବୀ’ର ଯୁଦ୍ଧାସ୍ତ୍ର ବହନ କ୍ଷମତା ୭୦୦ କିଲୋଗ୍ରାମ । ଏହି ପରୀକ୍ଷଣ ୩ଦିନ ପୂର୍ବରୁ ପାକିସ୍ତାନ କରାଚୀ ଏୟାରସ୍ପେସକୁ ୩ ଦିନ ପାଇଁ ବନ୍ଦ କରାଯାଇଥିଲା । ସେହିପରି ନୌସେନାକୁ ମଧ୍ୟ ସତର୍କ କରିଥିଲା ପାକିସ୍ତାନ । କାଶ୍ମୀରରେ ଧାରା ୩୭୦ ହଟିବା ପରେ ପାକିସ୍ତାନ ମିସାଇଲ ପରୀକ୍ଷଣ କରି ଅନ୍ୟ ଦେଶଙ୍କୁ ନିଜପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ଜୋର ଧରିଛି ।

Leave a comment