ମିଶନ ୨୦୨୨ : ବିରୋଧୀଙ୍କୁ ବୁଥ୍ସ୍ତରରେ ଝଟ୍କା ଦେବ ବିଜେପି, ବିଜୟୀ ପାଇଁ ଦଳ କରିଛି ମାଇକ୍ରୋ ପ୍ଲାନିଂ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିର ଏବେ ମିଶନ-୨୦୨୨। ସବୁ ବିରୋଧୀଙ୍କୁ ଝଟ୍କା ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ଏଥିପାଇଁ ଦଳ ମାଇକ୍ରୋ ପ୍ଲାନିଂରେ ଲାଗିଯାଇଛି । କେବଳ ବିରୋଧୀ ଦଳର ବଡ଼ ବଡ଼ ନେତା ନୁହେଁ ବରଂ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖିଛି ଗେରୁଆ ଦଳ । ଏଥିପାଇଁ ନିର୍ବାଚନ ପୂର୍ବରୁ ଦଳ ବଡ଼ମାତ୍ରାରେ ସଦସ୍ୟତା ଅଭିଯୋନ ଆରମ୍ଭ କରିଛି । ବୋର୍ଡ ସ୍ତରରେ ୫୦ଜଣ ଲୋକଙ୍କୁ ପାର୍ଟିରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।
ବିରୋଧୀଙ୍କୁ ଝଟ୍କା ଦେବା ପାଇଁ ବିଜେପି ପ୍ଲାନିଂ ଆରମ୍ଭ କରିଦେଇଛି । ବର୍ତ୍ତମାନ ଦଳ ବୁଥ ସ୍ତରରେ ସଗଠନକୁ ଦୃଢ କରିବା ଆରମ୍ଭ କରିଛି । ବୁଥ କମିଟିର ଗଠନ କରି ଏହାକୁ ସୁଦୃଢ କରିବା ପାଇଁ କାମ ଜାରି ରଖିଛି ଦଳ । ପ୍ରଦେଶ ଅଧ୍ଯକ୍ଷ ଦେବ ସିଂହ, ପ୍ରଦେଶ ମହାମନ୍ତ୍ରୀ ସଂଗଠନ ସୁନୀଲ ବଂଶଲ ସହିତ ସଂଗଠନରେ ଅନେକ ବଡ଼ ଚେହେରାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଅନେକ ଚରଣରେ ବୁଥ ବିଜୟ ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିବ । ଏହାର ବିଧିବଦ୍ଧ ଶୁଭାରମ୍ଭ ୨୩ ଅଗଷ୍ଟରୁ ପାର୍ଟିର ଅଧକ୍ଷ ଆରମ୍ଭ କରିବାର ଥିଲା । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଦେହାନ୍ତ ଲାଗି ଏହା ଉପରେ ରୋକ ଲଗାଯାଇଥିଲା । ବୁଥ ସ୍ତରରୁ ଦଳକୁ ଜିତାଇବା ପାଇଁ କସରତ ଆରମ୍ଭ ହୋଇଯାଇଛି । ଏଥିପାଇଁ ପାର୍ଟି ତଳସ୍ତରରୁ ନିଜ ପକ୍ଷରେ ଲୋକଙ୍କ ଟାଣିବା ପାଇଁ ପ୍ଲାନ କରୁଛି ।
ବୁଥସ୍ତର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଦସ୍ୟତା ଅଭିଯାନ ପାଇଁ ପାର୍ଟ ବିଶେଷ ଭାବେ ସୋସିଆଲ୍ ଇଞ୍ଜିନିୟରିଂ ଉପରେ ଧ୍ୟାନ ଦେଉଛି । କେଉଁ ସବୁ ଅଞ୍ଚଳରେ କଣ ରହିଛି ସାମାଜିକ ବ୍ୟବସ୍ଥା, ଏହା ଉପରେ ପାର୍ଟି ବେଶଷ ଭାବେ ଧ୍ୟାନ ଦେଉଛି । ଏହି ଅଭିଯାନରେ ବିଜେପି ଅନ୍ୟ ଦଳର ସ୍ଥାନୀୟ ଚେହେରା ସହିତ ଅନେକ ପ୍ରଭାବଶାଳୀ ଚେହେରାଙ୍କୁ ମଧ୍ୟ ସାମିଲ କରିବ। ଏହିପରି ଲୋକମାନଙ୍କୁ ଚିହ୍ନଟ କରୁଛି ଦଳ ।