ପୁଣି ଚର୍ଚ୍ଚାରେ ମନ୍ତ୍ରୀ ଟୁକୁନି ସାହୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ମଧ୍ୟରେ ଏବେବି ସଚେତନତା ଆବଶ୍ୟକ ରହୁଛି। ଏହି ପରିପ୍ରେକ୍ଷୀରେ କୁନିକୁନି ପିଲାଙ୍କ ସହ ମିଶି ସାମାଜିକ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ମନ୍ତ୍ରୀ ଟୁକୁନି ସାହୁ ସଚେତନତା କରୁଛନ୍ତି। ବଲାଙ୍ଗିର ଟିଟିଲାଗଡ଼ର ବିଜେଡି କାର୍ଯ୍ୟାଳୟ ଠାରେ ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଗତକାଲି ଶୁଭାରମ୍ଭ କରିଥିଲେ। କରୋନା ଭୂତାଣୁର ସଂକ୍ରମଣ ବିଷୟରେ ସଚେତନ କରିବାକୁ ଏକ ଜନ ସଚେତନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏଥିରେ ଟିଟିଲାଗଡ ବିଜେଡିର ନେତୃବୃନ୍ଦ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ଗତ କିଛିମାସ ତଳେ ରାସ୍ତା କଡ଼ରେ ଦୁର୍ଘଟଣା ହୋଇଥିବା ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇ ବେଶ ଚର୍ଚ୍ଚାରେ ଆସିଥିଲେ। ମନ୍ତ୍ରୀ ଭିନ୍ନକ୍ଷମ ଶିଶୁ ସେବା କେନ୍ଦ୍ର ଶିଶୁକୁ ନିଜ ହାତରେ ଜୋତା ପିନ୍ଧାଇବା, ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କରିବାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଭଳି ମନ୍ତ୍ରୀଙ୍କୁ ପାଇ ଆମ ଟିଟିଲାଗଡ଼ ପାଇଁ ଗର୍ବର ବିଷୟ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।