ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା: ମାଟ୍ରିକ ରେଜଲ୍ଟ ପରେ ନିଷ୍ପତ୍ତି ବୋଲି କହିଲେ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା। କୁହାଯାଉଛି ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇବେ, ସେଥିପାଇଁ ଏଭଳି ଯୋଜନା କରାଯାଉଛି। ତେବେ ଏହି ଚର୍ଚ୍ଚାକୁ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ରେଜଲ୍ଟ ଆସିବା ପରେ କଣ କରାଯିବ ନିଷ୍ପତ୍ତି ନିଆଯିବ ।

ଏଥିସହ ଯେଉଁମାନେ ମାଟ୍ରିକ ରେଜଲ୍ଟରେ ସନ୍ତୁଷ୍ଟ ହେବେ ନାହିଁ ସେମାନେ ପୁଣି ପରୀକ୍ଷା ଦେଇପାରିବେ। ଗତକାଲି ମାଟ୍ରିକ ରେଜଲ୍ଟ ପାଇଁ ଗାଇଡଲାଇନ ପ୍ରକାଶ ପାଇବା ପରେ ଏହା ପୁଣି ଥରେ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଅନ୍ୟ କିଛି ବିକଳ୍ପ ନ ଥିବାରୁ ସେଥିପାଇଁ ଏହି ବ୍ୟବସ୍ଥା ଗ୍ରହଣ କରିଛି ବୋର୍ଡ। ଆସନ୍ତା ଜୁନ୍ ୩୦ ସୁଦ୍ଧା ବାହାରିବ ମାଟ୍ରିକ ଫଳ।

Leave a comment