ବଲାଂଗୀବନ୍ଧ ପାର୍କର ନିର୍ମାଣର ସମୀକ୍ଷା କଲେ ମନ୍ତ୍ରୀ ଅରୁଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱସ୍ଥରୀୟ ବଲାଂଗୀବନ୍ଧପାର୍କର ନିର୍ମାଣ ସ୍ଥଳିରେ ନିର୍ମାଣର ସମୀକ୍ଷା କଲେ ମନ୍ତ୍ରୀ ଅରୁଣ । ରାଜ୍ୟ ମନ୍ତ୍ରୀମଣ୍ଡଳର ଲଢୁଆ ମନ୍ତ୍ରୀ ଅରୁଣଙ୍କର ରାଜ୍ୟ ପାଇଁ ମହତ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଅନେକଥର ପ୍ରେରଣା ସାଜିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ସମଗ୍ର ରାଜ୍ୟରେ ନିର୍ବାଚନ ମଣ୍ଡଳୀର ଅହରହ ପରିଦର୍ଶନ କରି ସାଧାରଣ ଜନତାର ସୁଖ ଦୁଃଖରେ ନିଜକୁ ସାମିଲ କରିବାରେ ସେ ସର୍ବାଗ୍ରେ ଏକଥା କାହାକୁ ଅଛପା ନାହିଁ ।
କୃଷି ସହ ଉଚ୍ଚଶିକ୍ଷା ତା ସାଙ୍ଗକୁ ପଶୁ ପାଳନ ବିଭାଗର କଥା ଏ ଲକଡାଉନ ସମୟରେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଅଣଦେଖା କରି ନାହାନ୍ତି । ଏହି ସମୟ ମଧ୍ୟରେ ସାମାଜିକ ଦୂରତ୍ୱ ମଧ୍ୟରେ ଆଇନ କାନୁନକୁ ସମ୍ମାନ ଦେଇ ନୟାଗଡ ଗସ୍ତ କରି ସାମାଜିକ କାର୍ଯ୍ୟକ୍ରମକୁ ଆଗେଇ ନେବାରେ କାର୍ପଣ୍ୟତା ମଧ୍ୟ ଦୃଷ୍ଟି ଗୋଚର ଏ ପର୍ଯ୍ୟନ୍ତ ହୋଇ ନାହିଁ ତାଙ୍କ ଠାରେ । ରାଜନୀତି ମାଧ୍ୟମରେ ସମାଜସେବାକୁ ଅଗ୍ରାଧିକାର ଦେଉଥିବା ବାବୁ ଅରୁଣ ଆଜି ଏହି କ୍ରମରେ ଛୁଟି ଆସିଥିଲେ ନିଜର ମାନସ ସନ୍ତାନ, ନିଜେ ବ୍ୟକ୍ତିଗତ ଭାବେ ଏଠାରେ ହେଉଥିବା ନିର୍ମାଣର ପ୍ରତ୍ୟେକଟି କାର୍ଯ୍ୟକୁ ତଦାରଖ କରୁଥିବା ନୟାଗଡ ରେ ନିର୍ମାଣାଧୀନ ବିଶ୍ୱ ସ୍ତରୀୟ ବଲାଂଗୀବନ୍ଧ ପାର୍କ ନିର୍ମାଣର ଅଗ୍ରଗତି ସମୀକ୍ଷା କାରବାକୁ ।
ଏହିକ୍ରମରେ ଚାଲି ଚାଲି ପାର୍କ ନିର୍ମାଣର ଆମୁଳଚୁଳ ଅଗ୍ରଗତି ସ୍ଵଚକ୍ଷୁରେ ଦେଖିଲେ । ଏହାକୁ ଯୁକ୍ତାତ୍ମକ ଢଙ୍ଗରେ କିପରି ସୁନ୍ଦର ଭାବରେ ଆଗେଇ ନେଇ ହେବ ପରାମର୍ଶ ଦେବା ସହ ଉପସ୍ଥିତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି ନିର୍ମାଣ କାର୍ଯ୍ୟକୁ ସ୍ୱବ୍ୟବସ୍ଥିତ ଢଙ୍ଗରେ ଆଗେଇ ନେବାକୁ ନିର୍ଦେଶ ମଧ୍ୟ ଦେଲେ । ଏତେ ବ୍ୟସ୍ତତା ଭିତରେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଅନବରତ କାମ କରୁଥିବା ଅରୁଣ ଭାଇଙ୍କ ପାଟିର ଭାଷା ସହ ସଫଳ କାର୍ଯ୍ୟକ୍ରମର କୁଶଳୀ ବିନ୍ଧାଣିଙ୍କ ମୁହଁରୁ ବାହାରିଥିବା ସେଇ ଐତିହାସିକ ପଦ “ଆମ ପାଇଁ ବଡ, ଆମ ନୟାଗଡ ନୁହେଁ ତ ଆଉ ବା କ’ଣ ହୋଇ ପାରେ ବୋଲି ସମଗ୍ର ନୟାଗଡରେ ମନ୍ତ୍ରୀ ତଥା ନିଜକୁ ନୟାଗଡର ବିଧାୟକ ଭାବେ ସର୍ବଦା ଗର୍ବବୋଧ ରଖୁଥିବା ମନ୍ତ୍ରୀ ଅରୁଣ ଙ୍କ ପ୍ରତି ସାଧାରଣରେ ପ୍ରଂଶସା ଛୁଟିଛି ।