ଓଡ଼ିଶା ପ୍ରବେଶ ପୂର୍ବରୁ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶା ପ୍ରବେଶ କରିବା ପୂର୍ବରୁ ପ୍ରବାସୀଙ୍କୁ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଓଡ଼ିଶା ଫେରୁଥିବା ଲୋକଙ୍କର ପ୍ରଥମେ ନମୁନା ପରୀକ୍ଷା କରାଯିବ,ଏବଂ ତା’ପରେ ଓଡ଼ିଶାରେ ପ୍ରବେଶ କରିବାକୁ ଅନୁମତି ମିଳିବ। ଏକ ଜନସ୍ୱାର୍ଥ ମାମଲାରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି। ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ମିଳିବ । ପ୍ରତିଦିନ ହଜାର ହଜାର ଲୋକ ଓଡ଼ିଶା ଫେରୁଛନ୍ତି।

ସୂଚନାଯୋଗ୍ୟ, ଆଇନଜୀବୀ ନାରାୟଣ ଚନ୍ଦ୍ର ଜେନା ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଯାହାକୁ ନେଇ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ନାରାୟଣ ଚନ୍ଦ୍ର ଜେନାଙ୍କ କହିବା ଅନୁଯାୟୀ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବାହାର ରାଜ୍ୟରୁ କରୋନା ଭୂତାଣୁକୁ ନେଇ ରାଜ୍ୟକୁ ଆସୁଛନ୍ତି । ତେଣୁ ସେମାନଙ୍କୁ ଆସିବାକୁ ଅନୁମତି ଦିଆନଯାଉ। ଯାହାକୁ ବିଚାର କରି କୋର୍ଟ ଟେଷ୍ଟ ପରେ ହିଁ ପ୍ରବେଶ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment