କଟକ ମେଡିକଲର ଉର୍ଣ୍ଣତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିବ ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋର ପ୍ରାୟ ୫ଟା ସମୟରେ ୫ଟି ସଚିବ ଭି କେ ପଣ୍ଡିଆନ, ପୂର୍ତ୍ତ ବିଭାଗ ସଚିବ ଡାକ୍ତର କ୍ରିଷ୍ଣ କୁମାର, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଅଚାନକ କଟକ ମେଡିକାଲ ଗ୍ରସ୍ତ କରିଥିଲେ । ସେଠାରେ ବିଭିନ୍ନ ଓ୍ୱାର୍ଡ ବୁଲିବା ସହ ରୋଗୀଙ୍କ ସମସ୍ୟା ପଚାରି ବୁଝିଥିଲେ ।

ଅପରପକ୍ଷରେ କଟକ ମେଡିକଲର ଡାକ୍ତର ଓ ରୋଗୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ବସିବ ବୈଠକ । ଆଜି ସନ୍ଧ୍ୟା ୬.୩୦ମିନିଟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ବସିବ । ଏହି ବୈଠକରେ ୫ଟି ସଚିବ ଭି କେ ପଣ୍ଡିଆନ, କଟକ ମେଡିକାଲର ସମସ୍ତ ବିଭାଗର ମୁଖ୍ୟ, ଡାକ୍ତରୀ ଛାତ୍ର ଓ ପରିଚାଳନା ବିଭାଗ କର୍ମଚାରୀ ଉପସ୍ଥିତ ରହିବେ ।

ସୂଚନା ଅନୁଯାୟୀ, ଆଜି ସକାଳୁ ୫ଟି ସଚିବ ଭି କେ ପଣ୍ଡିଆନ, ପୂର୍ତ୍ତ ବିଭାଗ ସଚିବ ଡାକ୍ତର କ୍ରିଷ୍ଣ କୁମାର, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ କଟକ ମେଡ଼ିକାଲ ପରିଦର୍ଶନରେ ଯାଇଥିଲେ । ସେଠାରେ ୫ଟି ସଚିବ ଭି କେ ପଣ୍ଡିଆନ ଡାକ୍ତର ଓ ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

ସେହିପରି କଟକ ମେଡିକାଲର ସାମଗ୍ରିକ ବିକାଶ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ପୂର୍ତ୍ତ ବିଭାଗ ସଚିବ ଡାକ୍ତର କ୍ରିଷ୍ଣ କୁମାର ଏହି ରୋଡ ମ୍ୟାପ ସମ୍ୱନ୍ଧରେ ୫ଟି ସଚିବ ଭି କେ ପଣ୍ଡିଆନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ସ୍ମାର୍ଟ ସିଟି, କାଳିଆ ଯୋଜନା, ପୁରୀକୁ ଐତିହ ସହରରେ ପରିଣତ କରିବା ପ୍ରଚେଷ୍ଟା ପରି ଅନେକ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟରେ ଡାକ୍ତର କ୍ରିଷ୍ଣ କୁମାରଙ୍କ ଅବଦାନ ଅତୁଳନୀୟ ।

Leave a comment