ଚଳିତବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚଳିତବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। କମ ମାର୍କ,ଫେଲ୍‌ ହୋଇଥିବା ଏବଂ ଫର୍ମ ପୂରଣ କରିପାରିବା ନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିବାରୁ ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ବୋର୍ଡ ପକ୍ଷରୁ ବାତିଲ୍‌ କରାଯାଇଛି । ଉକ୍ତ ବିକଳ୍ପ ପରୀକ୍ଷା ପ୍ରାୟତଃ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରିବା ପାଇଁ ସରକାର ନିଷ୍ପତ୍ତି ନେବାର ଯୋଜନା ରହିଛି । ଏପରିସ୍ଥିତିରେ ସପ୍ଲିମେଣ୍ଟରୀ ପରୀକ୍ଷା ପାଇଁ ବୋର୍ଡ ପାଖରେ ସମୟ ସୁଯୋଗ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Leave a comment