ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିସହିତ ଓପନ ସ୍କୁଲ ଏବଂ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଅପରାହ୍ଣ ୧ଟାରେ ପରୀକ୍ଷା କମିଟି ସମ୍ମୁଖରେ ରେଜଲ୍ଟ ଉପସ୍ଥାପନ ହେବ। ସେଠାରେ କମିଟିର ସ୍ୱୀକୃତି ସହିତ ଅପରାହ୍ଣ ୪ଟାରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟରେ ଫଳ ପ୍ରକାଶ ପାଇବ। ସେହିପରି ଆସନ୍ତା କାଲି ସନ୍ଧ୍ୟା ୬ଟାରେ ବୋର୍ଡର ୨ଟି ୱେବ୍ସାଇଟ୍ରେ ଉପଲବ୍ଧ ହେବ ପରୀକ୍ଷା ଫଳ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
bseodisha.ac.in ଓ bseodisha.nic.in ରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ।
SMS ମାଧ୍ୟମରେ ବି ପରୀକ୍ଷାଫଳ ପାଇପାରିବେ ପରୀକ୍ଷାର୍ଥୀ- OR01