ମାଟି ତଳେ ଗଢ଼ି ଉଠିଛି ଏହି ନିଆରା ଗାଁ, ସବୁ କିଛି ଅଣ୍ଡରଗ୍ରାଉଣ୍ଡ! ହଲିଉଡ୍‌ ଫିଲ୍ମ ଶୁଟିଂ ପାଇଁ ବେଷ୍ଟ୍‍ ଡେଷ୍ଟିନେସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆପଣ ହୁଏତ ଅଣ୍ଡରଗ୍ରାଉଣ୍ଡ ଘର ଏବଂ ସୈନ୍ୟବାହିନୀଙ୍କ ବଙ୍କର ଭଳି ଶେଲ୍‌ଟର ବିଷୟରେ ନିହାତି ଭାବେ ଶୁଣିଥିବେ। କିନ୍ତୁ ଯଦି କିଏ ଆପଣଙ୍କୁ କହିବେ କି, ଦୁନିଆରେ ଏମିତି ଏକ ସହର ଅଛି, ଯାହା ସମ୍ପୂର୍ଣ୍ଣ ରୂପେ ଅଣ୍ଡରଗ୍ରାଉଣ୍ଡ ଅର୍ଥାତ୍‌ ମାଟି ତଳେ ରହିଛି। ତ ଆପଣଙ୍କର ରିଆକ୍ସନ କ’ଣ ହେବ? ବାସ୍ତବରେ, ଆମେ କୌଣସି କାହାଣୀ କଥା କହୁ ନାହୁଁ, ବରଂ ଆମେ କହୁଥିବା କଥା ପ୍ରକୃତ ସତ। ଅଷ୍ଟ୍ରେଲିଆରେ ରହିଛି ଏହିଭଳି ଏକ ଗାଁ, ଯାହା ମାଟି ତଳେ ହିଁ ଗଢ଼ି ଉଠିଛି।
ଦୁନିଆର ନିଆରା ଗାଁ
ଏହି ଗାଁ ଅର୍ଥାତ୍‌ ବିଦେଶୀ ସହରର ନାମ ହେଉଛି କୁବେର ପେଡି, ଯାହାକୁ ଦୁନିଆର ସବୁଠାରୁ ନିଆରା ଗାଁ ବୋଲି କୁହାଯାଏ। ଏଠାରେ ପାଖାପାଖି ୭୦ ପ୍ରତିଶତ ଲୋକ ଅଣ୍ଡରଗ୍ରାଉଣ୍ଡରେ ହିଁ ବସବାସ କରି ଥାଆନ୍ତି। ସେମାନଙ୍କ ଘର ଏବଂ ଅଫିସ୍‌ କାର୍ଯ୍ୟାଳୟଗୁଡ଼ିକ ଏତେ ସୁନ୍ଦର ଯେ ସହଜରେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଏ ସବୁକିଛି ମାଟି ତଳେ ଶତାଧିକ ଫୁଟ ତଳେ ନିର୍ମାଣ ହୋଇଛି। ଏକ ବ୍ରିଟିଶ ନ୍ୟୁଜ୍‌ େଓ୍ଵବ୍‌ସାଇଟରେ ପ୍ରକାଶିତ ଖବର ମୁତାବକ, ଏଠାକାର ଲୋକେ ନିଜ ଘର ଓ ଅଫିସ୍‌ ସହିତ ନିଜର ବିଜିନେସ୍‌ ଆଉଟ୍‌ଲେଟଗୁଡ଼ିକୁ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ଭିଲେଜରେ ତିଆରି କରିଛନ୍ତି। ରିପୋର୍ଟ ଅନୁସାରେ, ଏହି ଗାଁରେ ଅଣ୍ଡରଗ୍ରାଉଣ୍ଡ ଚର୍ଚ୍ଚ, ସିନେମାଘର, ମ୍ୟୁଜିୟମ, ଆର୍ଟ ଗ୍ୟାଲେରୀ, ଏକ ବାର୍‌ ଏବଂ ହୋଟେଲ ମଧ୍ୟ ତିଆରି କରାଯାଇଛି।
୭୦ରୁ ଅଧିକ ଓପଲ ପଡ଼ିଆ
ଏଠାରେ ଓପଲ(ଧଳା ଧୂସିଆ ପଥର)ର ଚଟାଣ ରହିଛି, ଯେଉଁଠାରୁ ପୂରା ଦୁନିଆକୁ ଓପଲ ରପ୍ତାନୀ କରାଯାଇଥାଏ। କେବଳ କୁବେର ପେଡିରେ ହିଁ ୭୦ରୁ ଅଧିକ ଓପଲ ପଡ଼ିଆ ରହିଛି ଏବଂ ଓପଲର ମାଇନିଙ୍ଗ୍‌ ପାଇଁ ଏହା ଦୁନିଆର ସବୁଠାରୁ ବଡ଼ ଅଞ୍ଚଳ ବୋଲି କୁହାଯାଏ। ଏଠାରେ ଅଧିକାଂଶ ଅଣ୍ଡରଗ୍ରାଉଣ୍ଡ ସିଷ୍ଟମ୍‌ ଖଣି, ଖାଦନକୁ ଧ୍ୟାନରେ ରଖି ବନାଯାଇଛି। ଶ୍ରମିକମାନେ ଏଥିରେ ଅତିରିକ୍ତ କୋଠରୀ ବନାଇ ରହୁଛନ୍ତି। ଏଠାରେ ମାଟି ତଳେ ବନାଯାଇଥିବା ଘର ସମ୍ପୂର୍ଣ୍ଣ ଆସବାବପତ୍ର ଏବଂ ସମସ୍ତ ସୁଖ, ସୁବିଧାରେ ଭରପୂର ରହିଛି। ଏହି ପ୍ରକାର ଗାଁରେ ପାଖାପାଖି ୧୫୦୦ ଘର ରହିଛି, ଯେଉଁଥିରେ ୩୫୦୦ରୁ ଅଧିକ ଲୋକ ରହୁଛନ୍ତି। ଏହି ଘରଗୁଡ଼ିକୁ ଡଗ୍‌ ଆଉଟ୍‌ସ କୁହାଯାଇଥାଏ। ଏଠାରେ ଖରାଦିନେ ନା ଏସିର ଆବଶ୍ୟକତା ରୁହେ ନା ଶୀତଦିନେ ରୁମ୍‌ ହିଟରର। ଭୂମି ତଳ ଯୋଗୁ ଏଠାକାର ତାପମାତ୍ରା ସବୁବେଳେ ଆରାମଦାୟକ ରହିଥାଏ।

ହଲିଉଡ୍‌ ଫିଲ୍ମ ଶୁଟିଂ ପାଇଁ ପସନ୍ଦର ଜାଗା
ଏଠାରେ ବିଭିନ୍ନ ପ୍ରକାରର ସୁବିଧା, ସୁଯୋଗ ରହିଥିବାରୁ ମଝିରେ ମଝିରେ ହଲିଉଡ୍‌ ଫିଲ୍ମ ଶୁଟିଂ ହୋଇଥାଏ। ‘ପିଚ୍‌ ବ୍ଲାକ୍‌’ ଫିଲ୍ମର ଶୁଟିଂ ପରେ ପ୍ରଡକ୍ସନ ହାଉସ୍‌ ଫିଲ୍ମର ସ୍ପେସ୍‌ଶିପକୁ ଏହିଠାରେ ହିଁ ଛାଡ଼ି ପଳାଇଥିଲା। ଏବେ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Leave a comment