ଅସହାୟ ଲୋକଙ୍କୁ ମାସ୍କ, ରାସନ ଓ ରନ୍ଧାଖାଦ୍ୟ ବିତରଣ କଲା କେୱାନ ଗ୍ରୁପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେ଼ଇ କରୁଛି । ଏହି ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଆମ ରାଜ୍ୟରେ ଥିବା ଖଟିଖିଆ ଓ ଦିନମଜୁରିଆଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଗରିବ ଅସହାୟ ଲୋକଙ୍କ କଷ୍ଟକୁ ଦୁର କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ମାତ୍ର ଏହି କରୋନା ବିରୋଧୀ ଲଢେଇରେ କିଛି ସ୍ୱେଚ୍ଛାସେବୀମାନଙ୍କର ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଗରିବ ଲୋକମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ବହୁ ସମାଜସେବୀ ଓ ସ୍ୱେଚ୍ଛାସେବୀମାନେ ଆଗେଇ ଆସିଛନ୍ତି ।
ଏହି ପରିପ୍ରେକ୍ଷୀରେ କେୱାନ ଗ୍ରୁପ ଓ ୱିନର ସିକୁ୍ୟରିଟି ସଂସ୍ଥା ପକ୍ଷରୁ ମାସ୍କ ବିତରଣ ଓ ଖାଦ୍ୟ ବଂଟନ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସଂସ୍ଥାର ଶହଶହ କର୍ମଚାରୀ ଏବେ ଏଭଳି ସମାଜସେବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ସଂସ୍ଥାର ନିଦେ୍ର୍ଧଶକ ବୈଭବ ଚୌଧୁରୀଙ୍କ ନେତୃତ୍ୱରେ ସୁନ୍ଦରଗଡ଼, ଖୋର୍ଦ୍ଧା, ଭଦ୍ରକ, କେନ୍ଦୁଝର, କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଗରିବଲୋକମାନଙ୍କୁ ମାସ୍କ, ସାନିଟାଇଜର, ରାସନ ଓ ରନ୍ଧାଖାଦ୍ୟ ବଂଟନ କରାଯାଉଛି । ଏସମ୍ପର୍କରେ ଶ୍ରୀଚୌଧୁରୀ କହିଛନ୍ତିଯେ, କରୋନା ପାଇଁସାରା ଦେଶରେ ଲକଡାଉନ ଜାରି ରହିଥିବାରୁ ଅନେକ ଲୋକ କାମଧନ୍ଦା ପାଇପାରୁନାହାନ୍ତି । ସେମାନେ ଅସହାୟ ଅବସ୍ଥାରେ ରହିଛନ୍ତି । ନିଜର ସାମାଜିକ ଉତରଦାୟିତ୍ୱକୁ ହୃଦବୋଧ କରି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀଚୌଧୁରୀ କହିଛନ୍ତି ।