ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା ଆରମ୍ଭ, ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏହା ଏପ୍ରିଲ୍‌ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କୋରୋନା ନେଇ ସତର୍କତା ଅବଲମ୍ବନ କରାଯାଇଛି ।
ସୂଚନାଯୋଗ୍ୟ, ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ । ସବୁ ଡିଇଓ, ବିଇଓ ଓ ଚିଫ୍ ଏକ଼ଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରିହୋଇଛି । ସମଗ୍ର ରାଜ୍ୟରେ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ସାନିଟାଇଜର ବ୍ୟବହାର ସହ ମୂଲ୍ୟାୟନକାରୀ ସ୍ୱାସ୍ଥ୍ୟ ବିଭାଗ ଗାଇଡ ଲାଇନ୍ ମୁତାବକ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବେ । ମାସ୍କ ମଧ୍ୟ ବ୍ୟବହାର କରିବେ ।

Leave a comment