ମଧ୍ୟସ୍ଥ ଠିକ୍‌ ହେଲେ ଅପହୃତ ଯବାନଙ୍କୁ ଛାଡ଼ିବୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଶନିବାର ହୋଇଥିବା ସଂଘର୍ଷରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପିଲେଜି. ଏ ମାଓ ସଙ୍ଗଠନର ଓଡି ଶନି, ପଦ୍ମ ଲଖମ, ନୁପା ସୁରେଶ, କବାସୀ ବୁଦୁରୁ। ଏହି ଘଟଣାରେ ସେମାନେ ୧୪ଟି ବନ୍ଧୁକ ଓ ଦୁଇ ହଜାରରୁ ଅଧିକ କାରତୁସ୍‌ ଲୁଟି ନେଇଥିବା ସ୍ବୀକାର କରିଛନ୍ତି। ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ପ୍ରବକ୍ତା ବିକଳ୍ପ ଏହି ପ୍ରେସ୍‌ ନୋଟ୍‌ ଜାରି କରିଥିବା ଜଣାପଡ଼ିଛି। ଲୁଟି ଥିବା ଅସ୍ତ୍ରଶସ୍ତ୍ରର ଫଟୋ ସେମାନେ ଜାରି କରିଛନ୍ତି। ଆଲୋଚନା ପାଇଁ ସରକାର ମଧ୍ୟସ୍ଥ ଠିକ୍‌ କଲେ ସେମାନଙ୍କ ନିୟନ୍ତ୍ରଣରେ ଥିବା ଯବାନ ରାକେଶ୍ବରୁଙ୍କୁ ଛାଡ଼ି ଦେବେ ବୋଲି ମାଓବାଦୀମାନେ କହିଛନ୍ତି। ଅନ୍ୟପକ୍ଷରେ ଅପରେସନ ପ୍ରହାର ନାମରେ ମାଓବାଦୀ ଦମନ ବନ୍ଦ ନ କଲେ ପରିସ୍ଥିତି ଆହୁରି ଭୟଙ୍କର ରୂପ ନେବ ବୋଲି ମାଓବାଦୀମାନେ ଚେତାବନୀ ଦେଇଛନ୍ତି। ମାଓବାଦୀଙ୍କ କବ୍‌ଜାରୁ ଆମେ ରାକେଶ୍ବରଙ୍କୁ ତୁରନ୍ତ ମୁକୁଳାଇ ଆଣିବୁ ବୋଲି ସିଆରପିଏଫ ମହାନିର୍ଦେଶକ କୁଳଦୀପ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave a comment