ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରିରେ ୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଏସପି ରିସିକେଶ ଖିଲାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ମାଓବାଦୀ । ଏମାନେ ହେଲେ ମାଇନୁ ଖରା, ରାମା ଆବତା, ଏବଂ ରଘୁ ବରା । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ଏମାନେ ସକ୍ରିୟ ସଦଶ୍ୟ ଭାବେ କାମ କରୁଥିଲେ ।

ମାଇନୁ ଏବଂ ରାମା ଏସିଏମ୍ କାମ କରୁଥିଲେ । ତେବେ ରଘୁ ମାଓବାଦୀ ପାର୍ଟିରେ ପାର୍ଟି ଭାବେ କାର୍ଯ୍ୟ କରୁଥିଲେ । ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସପି । ଏମାନେ ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଚିତ୍ରକୋଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ଏହି ନକ୍ସଲ ପନ୍ଥିଙ୍କ ନାମରେ ପୁର୍ବରୁ ଅନେକ ମାମଲା ରହିଛି । ରାମା ଓ ମାଇନୁଙ୍କୁ ଧରିବା ଲାଗି ପୁର୍ବରୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିବା ବେଳେ ରଘୁ ଲାଗି ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

Leave a comment