ବ୍ୟବସାୟୀଙ୍କୁ ହତ୍ୟା କଲେ ମାଓବାଦୀ, ଭୟରେ ଶବ ନେବାକୁ ଆସୁନାହାଁନ୍ତି ପରିବାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାଲକାନଗିରିରେ ମାଓବାଦୀଙ୍କ ବର୍ବର କାଣ୍ଡ। ଯୋଡାମ୍ବୋ ବିହନଗୁଡ଼ି ଗାଁ ଠାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଯୋଡାମ୍ବା ପଞ୍ଛାୟତର ଅସ୍ଥାୟୀ ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୩ କି.ମି ବ୍ୟବଧାନ ଥିବା ବିହନଗୁଡ଼ି ଗାଁରେ ମାଓ ବର୍ବରତା । ପୋଲିସ ଇନଫରର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣେ ବ୍ୟବସାୟୀଙ୍କୁ ମାଓବାଦୀ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଯୋଡାମ୍ବର ବ୍ୟବସାୟୀ ଦୀନବନ୍ଧୁ ବେପାରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ମୃତଦେହ ପଡ଼ିରହିଛି । ଭୟରେ ପରିବାର ଶବ ନେବାକୁ ଆସୁନାହଁନ୍ତି।

Leave a comment