ହସ୍ପିଟାଲରୁ ମାଓ ନେତା ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଧରା ହେଲା ମାଓବାଦୀ । ଏହି ଖବର ପ୍ରଚାର ହେବାପରେ ସାରା ରାଜଧାନୀ ରେ ଚହଳ ପଡିଯାଇଛି। ସେ କୌଣସି ସାଧାରଣ ମାଓବାଦୀ ନୁହଁନ୍ତି ହାଡକୋର ମାଓବାଦୀ ବୋଲି ଜଣା ପଡ଼ିଛି। ସେମାନେ ଅନ୍ୟ ରାଜ୍ୟର ମୋଷ୍ଟୱାଣ୍ଟେଡ ମାଓବାଦୀ ଥିଲେ ମାତ୍ର ଭୁବନେଶ୍ୱରରେ ବିନା ଡର ଭୟରେ ବୁଲୁଥିଲେ । ଏ କଥା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ସତ। ଓଡିଶା ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ର ମିଳିତ ଚଢ଼ାଉ ରେ ୨ଜଣ ମାଓବାଦୀ ଗିରଫ ହୋଇଛନ୍ତି ।
ଘଟଣା କ୍ରମେ
ପଶ୍ଚିମବଙ୍ଗର ରେଡଷ୍ଟାରର ମୁଖ୍ୟ ଥିଲେ ଅଲିକ ଚକ୍ରବର୍ତ୍ତି ସେ ଅସୁସ୍ଥ ହୋଇପଡିବାରୁ ତାଙ୍କ ସହଯୋଗୀ ତାଙ୍କୁ ଚିକିତ୍ସା କରିବାପାଇଁ ଭୁବନେଶ୍ୱର ଆଣିଥିଲେ। ଅଲିକକୁ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବିଷୟରେ ଖବର ପାଇବାପରେ ଓଡିଶା ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ମିଳିତ ଭାବରେ ସେମାନଙ୍କୁ ଧରିଛନ୍ତି। ଉଭୟ ଙ୍କୁ ପୋଲିସ ଅଟକ ରଖିଛି। ଅଲିକ ନାଁରେ ଏକାଧିକ ମାମଲା ରହିଥିବା ଜଣାପଡିଛି। ଅପରପକ୍ଷରେ ମାଓବାଦୀମାନେ କିପରି ବିନା ଭୟରେ ଭୁବନେଶ୍ୱର ରେ ବୁଲୁଥିଲେ ଏହାକୁନେଇ ପୁଲିସର ଗୁଇନ୍ଦାବିଭାଗ କଣ କରୁଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ପୋଲିସ ପକ୍ଷରୁ ଏହାର ଖୁଲାସା ହେବାପରେ ସିପିଆଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭାଙ୍ଗର ଆନ୍ଦୋଳନର ମୁଖ୍ୟ ନେତା ତଥା ସିପିଆଇ(ଏମ୍-ଏଲ) ରେଡ଼ଷ୍ଟାର ର ପଲିଟବ୍ୟୁରୋ ସଦସ୍ୟ କମ୍ରେଡ଼ ଅଲିକ ଚକ୍ରବର୍ତ୍ତୀ ଗୁରୁତର ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ କୌଣସି ମାଓବାଦୀ ନେତା ନୁହଁନ୍ତି, ସେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଏବଂ ବର୍ତ୍ତମାନର ପଲିଟ ବ୍ୟୁରୋ ସଦସ୍ୟ ଅଟନ୍ତି। ଏହି ପାର୍ଟି ନିର୍ବାଚନ କମିଶନଙ୍କ ଦ୍ୱାରା ପଞ୍ଜିକୃତ ଏବଂ ଜନ ଆନ୍ଦୋଳନରେ ବିଶ୍ୱାସ କରେ। ପୋଲିସ ମିଛରେ ମାଓବାଦୀ ନେତା ଗିରଫ ବୋଲି ପ୍ରଚାର କରୁଛି। ପୋଲିସ ଅଲିକ କେଉଁଠି ଅଛନ୍ତି ସେ ସମ୍ୱନ୍ଧରେ କୌଣସି ସୂଚନା ଦେଉନଥିବା ସିପିଆଇ ପକ୍ଷରୁ ଅଭିଯୋଗ କରଯାଇଛି।