ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ବିରୋଧୀ ଦଳର ବହୁ ନେତା ଓ କର୍ମୀ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଭୁଶୁଡିବାରେ ଲାଗିଛି ଖୋର୍ଦ୍ଧା ବିଜେପି ଓ କଂଗ୍ରେସ ଦଳ । କର୍ମୀଙ୍କ ଆସ୍ଥା ହରାଇଲେଣି ବିଜେପି ଓ କଂଗ୍ରେସ । ଧୀରେ ଧୀରେ ଦୁର୍ବଳ ହେଉଛି ବିରୋଧୀ ଦଳର କର୍ମୀଙ୍କ ମନବଳ । ଏହି କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣ କଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ମୁହାଁ ହୋଇଛନ୍ତି । ଆଜି ଭୁବନେଶ୍ୱରର ଦଳୀୟ କାର୍ଯ୍ଯାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହା ସ୍ପଷ୍ଟ ହୋଇଯାଇଛି। ଏହି ସମାବେଶରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଏକଦା କଂଗ୍ରେସ ଓ ବିଜେପିର ତୃଣମୂଳ ସଂଗଠନ ମଙ୍ଗ ଧରିଥିବା ତଥା ପୂର୍ବରୁ ପଞ୍ଚାୟତ ଓ ଜିଲ୍ଲା ପରିଷଦର ନେତୃତ୍ୱ ନେଇଥିବା ପ୍ରତିନିଧି ମାନେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ କିଛିଦିନ ବାକିଥିବାବେଳେ ଏହି ସମାବେଶ ବିଜେଡି ସଙ୍ଗଠନକୁ ଅଧିକ ସୁଦୃଢ କରିବା ନେଇ ସୂଚନା ମିଳୁଛି ।

ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ଆଜିର ଏହି ମିଶ୍ରଣ ପର୍ବର ସଭାପତିତ୍ୱ କରିଥିଲେ। ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡି ଉପସଭାପତି ଦେବୀ ମିଶ୍ର, ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ନେତାମାନେ ଏହି ନୂତନ ଲ ସଦସ୍ୟଙ୍କୁ ଦଳକୁ ସ୍ୱାଗତ କରିଥିଲେ।

ବିଜେଡିରେ ମିଶିଥିବା କର୍ମୀମାନେ ହେଲେ କଂଗ୍ରେସର ବିପିନ କୁମାର ଜୟସିଂ। ସେ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ଥିଲେ। ଯୁବ କଂଗ୍ରେସର ସାଧାରଣ ସଂପାଦକ ଶୁଭମ ଦାସ ମଧ୍ୟ ଏହି ଅବସରରେ ବିଜେଡିରେ ମିଶିଛନ୍ତି, ବିଜେପି ଜିଲ୍ଲା ପରିଷଦ ସଦସ୍ୟା ମମତା ଜେନା, ରାମେଶ୍ୱର ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠି ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ଗୋପିନାଥପୁର ସରପଞ୍ଚ ମନକୁସି ସରକାର ଏବଂ ରଘୁନାଥପୁର ସମିତି ସଭ୍ୟ ବିଜେଡିରେ ମିଶିଛନ୍ତି। ସୁନ୍ଦରପୁର, ଭୁଷଣ୍ଡପୁରର ଜନ ପ୍ରତିନିଧିମାନେ ମଧ୍ୟ ବିଜେଡିରେ ମିଶିଛନ୍ତି। ପ୍ରଭାକର ରାଉତ ରାୟ, ବିନୋଦ ବିଶ୍ୱାଳ, ରଘୁନାଥ ମାଝି, ରୀନା ସାସମଲ, ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ଦାସ, ଲୋଚନ ନାୟକ, ସୁଧାଂଶୁ ଶେଖର ତ୍ରିପାଠୀ, ପ୍ରଭାସ ମଣ୍ଡଳ, ବସନ୍ତ ରାଉତରାୟ, ଜବର ଖାନ୍, ଗୀତାଞ୍ଜଳି ଛୋଟରାୟ ବିଜେଡିରେ ସାମିଲ ହୋଇଛନ୍ତି ।

Leave a comment