ପରଲୋକରେ ପାରିକର, ସମଗ୍ର ଦେଶରେ ଶୋକର ଛାୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଓ ପୂର୍ବତନ ରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ହୋଇଥିଲା । ସେ ୧୯୫୫ମସିହାରେ ଜନ୍ମ ହୋଇଥିଲେ । ସେ ବହୁ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । କର୍କଟ ରୋଗର ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ସେ ଗୋଆରେ ୩ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପାରିକର ଦେଶର ପ୍ରଥମ ଆଇ ଆଇ ଟି ଛାତ୍ର ଯିଏ କି ପ୍ରଥମେ ବିଧାୟକ ହୋଇ ଥିଲେ । ସେ ସେ ଅତି ସାଧାରଣ ଜୀବନ ଅତିବାହିତ କରୁଥିଲେ । ବିନା ସୁରକ୍ଷା ରେ ସେ ସାଧାରଣ ରେ ଯିବା ଆସିବା କରୁଥିଲେ । ସେ ଗୋଆରେ ସାଧାରଣରେ ସ୍କୁଟିରେ ଯିବା କଥା ହେଉ କିମ୍ବା ନିଜେ ସପିଙ୍ଗ କରି ସାଧାରଣରେ ଗୋଆ ବାସୀଙ୍କର ପ୍ରିୟ ହୋଇ ପାରିଥିଲେ । ସେ କର୍କଟ ରୋଗରେ ପୀଡିତ ହେବା ପରେ ନାକରେ ନଳୀ ଲାଗିବା ଅବସ୍ଥାରେ ସେ ସରକାରୀ କାର୍ଯ୍ୟ ତଦାରଖ କରିବା ଦୃଶ୍ୟ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇ ଥିଲା । କେନ୍ଦ୍ର ସରକାର ପାରିକରଙ୍କ ମୃତ୍ୟୁ ରେ ଆସନ୍ତା କାଲି ଗୋଟାଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି । ଆସନ୍ତା କାଲି ପାରିକର ଙ୍କ ପାର୍ଥୀବ ଶରୀର କୁ ସାଧାରଣ ଦର୍ଶନ ପାଇଁ ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ରଖାଯିବା ସହ ସନ୍ଧ୍ୟା ୫ଟାରେ ପାଣାଜୀ ଠାରେ ଅନ୍ତିମ କ୍ରିୟା କରାଯିବ ବୋଲି ଜଣାପଡିଛି । ପାରିକର ଙ୍କ ପତ୍ନୀଙ୍କର ମଧ୍ୟ କ୍ୟାନ୍ସର ରୋଗରେ ୧୮ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲା । ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି ।

ପାରିକରଙ୍କ ମୃତ୍ୟୁ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହ ଦେଶର ସମସ୍ତ ମାନ୍ୟ ଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

Leave a comment