ମନୀଷ ହତ୍ୟା ମାମଲା: ପ୍ରସନ୍ନ ବେହେରା ବହିଷ୍କୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନୀଷ ହତ୍ୟା ମାମଲାରେ କନେଷ୍ଚେବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ମନୀଷଙ୍କ ହତ୍ୟା ସାଉଥ୍‌ ସିଟି ହୋଟେଲ୍‌ର ବିଲ୍ ପେମେଣ୍ଟକୁ ନେଇ ହୋଇଥିଲା । ଏହି ହୋଟେଲ୍‌ ବେଆଇନ୍‌ ଭାବେ ଚାଲିଥିଲା । ଏଥିରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭୁବନେଶ୍ୱର ଡିସିପି । ପ୍ରସନ୍ନଙ୍କ ନାମରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା । ତାଙ୍କ ନାମରେ ୫ଟି ଫୌଜଦାରୀ ମାମଲା ମଧ୍ୟ ରହିଛି । ଗତକାଲି ପ୍ରସନ୍ନଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ୍‌ । ଧାରା ୩୧୧ (୨)(ବି)ରେ ଡିସିପି ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।

ଗିରଫର ଦିନକ ପୂର୍ବରୁ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା । ଭୁବନେଶ୍ବର କମିଶନରେଟ୍ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ତାଙ୍କୁ ଚାକିରିରୁ ବିଦା କରିଛନ୍ତି । ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲଘଂନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

Leave a comment