ହୋଟେଲ ସାଉଥସିଟି ଥିଲା ମନୀଷଙ୍କ ଶେଷ ଲୋକେସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସସପେନ୍ସରେରହିଛି ମନୀଷ ଅନୁରାଗ ଡେଥ୍ ମିଷ୍ଟ୍ରି । ହୋଟେଲ ସାଉଥସିଟି ଥିଲା ମନୀଷଙ୍କ ଶେଷ ଲୋକେସନ । ପୋଲିସର ସ୍ପେଶାଲ ଟିମ ହୋଟେଲରେ ଯାଞ୍ଚ କରିବା ପ୍ରମାଣ ପାଇଁ ବାରକୁ ସିଲ କରିଛି । ସେପଟେ ପୁଅକୁ ହତ୍ୟା କରାଯାଇଥିବା ନେଇ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାଶ
ମନୀଷ, ମୃତ୍ୟୁ ଓ ସସପେନ୍ସ । କେମିତି ହେଲା ମୃତ୍ୟୁ, ଖିଅ ଖୋଜୁଛି ପୋଲିସ । ଦିନକ ପରେ ବି ମୃତ୍ୟୁର କାରଣ ଅସ୍ପଷ୍ଟ । ଭିସେରା ଓ ଡାଏଟମ ଟେଷ୍ଟ ପାଇଁ ନମୁନା ପଠାଇଲା ପୋଲିସ । ମନୀଷଙ୍କ ଲାଷ୍ଟ ଲୋକେସନ ଥିଲା ହୋଟେଲ ସାଉଥସିଟି । ହୋଟେଲ ସାଉଥ ସିଟି ଚଢାଉ କରିଛି ସେଶ୍ପାଲ ଟିମ । ବୈଷୟିକ ତଥ୍ୟ ଓ ପ୍ରମାଣ ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରିବା ସିହ ହାର୍ଡ ଡିସ୍କ ଜବତ କରାଯାଇଛି । ତଦନ୍ତ ଓ ପ୍ରମାଣ ଲାଗି ବାରକୁ ସିଲ କରିଛି ପୋଲିସ । ଏପରିକି କିଛି ବାର କର୍ମଚାରୀଙ୍କୁ ପୋଲିସ ଅଟକ ରଖିଛି । ଏପରିକି କୋଭିଡ ଗାଇଡଲାଇନ ଉଲଘଂନ କରି ବାର ଚଲାଇଥିବାରୁ ଅବକାରୀ ଓ ବିଏମସିକୁ ଅବଗତ କରିଛି ପୋଲିସ । ପୋଖରୀ ପାଣିରେ ମନୀଷଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ ସ୍ଥାନରେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି, ତାହା ଜାଣିବା ପାଇଁ ଡାଏଟମ ଟେଷ୍ଟ କରିବ ପୋଲିସ । ଏଥିପାଇଁ ପୋଖରୀର ପାଣିର ସାମ୍ପୁଲ ସଂଗ୍ରହ କରିଛି । ସେହିଭଳି ମୃତ୍ୟୁ ପୂର୍ବରୁ କଣ ଖାଇଥିଲେ ଜାଣିବା ପାଇଁ ଭିସେରା ଟେଷ୍ଟ କରିବା ପାଇଁ ନମୁନା ପଠାଇଛି ପୋଲିସ । ନବୀନ ଦାଶଙ୍କ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

ନବୀନ ଦାସ କହିଛନ୍ତି ରବିବାର ଭୋର ୪ଟା ୧୩ ରେ ତାର ଶେଷ ଫୋନ୍ ପାଇଥିଲି । ତାକୁ କିଏ ମାରଧର କରୁଥିବା ସେ କହୁଥିଲା । ଏହାପରେ ପୋଖରୀ ଭିତରୁ ମୃତ୍ୟୁ ଦେହ ମିଳିଥିଲା । ଆଉ ମାସକ ପରେ ମୋ ପୁଅର ବାହାଘର ହୋଇଥାନ୍ତା । ପୁଲିସ୍‌ କମିଶନରସୌମେନ୍ଦ୍ର ପ୍ରିୟଦର୍ଶୀ ଫୋନ୍‌ କରି ଅପରାଧୀଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a comment