ସ୍ୱାମୀ-ସ୍ତ୍ରୀ ଲାଗିଲେ ଗଣ୍ଡଗୋଳ, ହେଲେ ପଡ଼ୋଶୀର ଗଲା ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନରେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସ୍ୱାମୀ-ସ୍ତ୍ରୀଙ୍କ ଗଣ୍ଡଗୋଳରେ ପଡ଼ୋଶୀ ବଳି ପଡ଼ିଯାଇଛନ୍ତି । ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଯାଇ ପଡ଼ୋଶୀଙ୍କ ଜୀବନ ଚାଲିଯାଇଛି ।

ସୂଚନା ମୁତାବକ, ମନ୍ଦାର ବଗିଚାପଡାରେ ଆଜି ଦିନ ୨ଟାରେ ରାଜୁ ରଣା ଘରେ ତାର ସ୍ତ୍ରୀକୁ ଆକ୍ରମଣ କରୁଥିବା ବେଳେ ନିକଟରେ ଭଡାଘରେ ରହୁଥିବା ପଡୋଶୀ ରବୀନ୍ଦ୍ର ପାତ୍ର ଛଡେଇବାକୁ ଯାଇ ଜୀବନ ଦେବାକୁ ପଡିଛି । ଅଭିଯୁକ୍ତ କାଠ ଫାଳିଆ ସାହାର୍ଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲା । ଏଥିରେ ରବୀନ୍ଦ୍ର ଟଳି ପଡ଼ିଥିବା ବାଳେ ସଙ୍ଗେ ସଙ୍ଗେ ତାଙ୍କୁ ଭବାନୀ ପାଟଣା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ମେଡ଼ିକାଲରେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଭବାନୀ ପାଟଣା ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଶବକୁ ଶବଗୃହରେ ରଖା ଯାଇଥିବା କହିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଏପଟେ ଅଭିଯୁକ୍ତ ରାଜୁ ରଣା ନିଜେ ଟାଉନ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି ।

Leave a comment