ଜୟ ଶ୍ରୀରାମ ନାରା ଶୁଣିଲେ ଚିହିଁକି ଉଠୁଛନ୍ତି ମମତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ହିଂସା ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଲୋକସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚର୍ଚ୍ଚାରେ ରହିଥିଲା । ନିର୍ବାଚନ ପରେ ଏହି ହିଂସା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ପୂର୍ବରୁ ମଧ୍ୟ ବିଜେପି କର୍ମୀଙ୍କୁ ଆକ୍ରୋଶ ମୂଳକ ହତ୍ୟା କରାଯାଇଥିବା ଅଭିଯୋଗ ଥମିନଥିବା ବେଳେ ପୁନର୍ବାର ଆଉ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା କରାଯାଇଛି । ତାହା ପୁଣି ଗତକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଦମାନ ଜିଲ୍ଲାର କେତୁଗ୍ରାମ ଥାନା ଅଧିନସ୍ଥ ପାଣ୍ଡୁ ଗ୍ରାମର ବିଜେପି କାର୍ଯ୍ୟକର୍ତ୍ତା ସୁଶୀଲ ମଣ୍ଡଳଙ୍କୁ ଛୁରି ମାରି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ତୃଣମୂଳ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତାଙ୍କ ହାତ ଥିବା ସୁଶୀଲଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ସୁଶୀଲ ଶ୍ରୀରାମ ନାରା ଦେବାରୁ ତାଙ୍କ ଟିଏମସି କର୍ମୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେହିପରି ଜୟ ଶ୍ରୀରାମ ନାରା ଦେଉଥିବା କିଛି ଲୋକଙ୍କୁ ମମତା ଗାଡିରୁ ଓଲ୍ହାଇ ଗାଳି ଗୁଳଜ କରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Leave a comment