ଗିରଫ ହେଲେ ମାଲୟାଲମ୍ ଅଭିନେତା ବିଜୟ ବାବୁ

0

ଗିରଫ ହେଲେ ମାଲୟାଲମ୍ ଅଭିନେତା ବିଜୟ ବାବୁ। ଯୌନ ନିର୍ଯାତନା ମାମଲାରେ ସାଉଥ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଗତ ୨୨ ତାରିଖରେ କେରଳ ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଫିଲ୍ମରେ ଅଭିନୟ କରିବାର ଅଫର ଦେବାର ଆଳ ଦେଖାଇ ବିଜୟ ଯୌନ ନିର୍ଯାତନା ଦେଇଥିବା ଜଣେ ଅଭିନେତ୍ରୀ ଅଭିଯୋଗ କରିଥିଲେ ।

ତେବେ ବିଜୟଙ୍କୁ ହାଇକୋର୍ଟଙ୍କ ଜାମିନ ପ୍ରଦାନ କରିବା ସହ ପାସପୋର୍ଟ ସବମିଟ୍ କରିବାକୁ କହିଛନ୍ତି । ଏଥିସହିତ ସେ ରାଜ୍ୟ ଛାଡ଼ି ବାହାରକୁ ନ ଯିବା ପାଇଁ କୋର୍ଟ କହିଛନ୍ତି । ତେବେ ଏହି ମାମଲାରେ ତଦନ୍ତକାରୀ ଟିମ୍ ବିଜୟଙ୍କୁ ଆଜିଠାରୁ ପଚରାଉଚରା ଆରମ୍ଭ କରିଛନ୍ତି । କେରଳ ହାଇକୋର୍ଟ ଜାମିନ ଦେବା ପରେ ବିଜୟ ବାବୁ ଦୁବାଇ ଫେରାର ହୋଇଯାଇଥିଲେ। ଚଳିତ ମାସରେ ଦୁବାଇରେ ଫେରିଥିଲେ, ଫଳରେ ପୋଲିସ ତାଙ୍କୁ ଗିରଫ କରିଥିଲା।

Leave a comment