ବାରଙ୍ଗ ଅଞ୍ଚଳର ଗଣଦୁଷ୍କର୍ମ ଘଟଣା, ୨୨ ବର୍ଷ ପରେ ଧରାପଡ଼ିଲା ବିବନ ବିଶ୍ବାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୯୯ର କଟକ ବାରଙ୍ଗ ଅଞ୍ଚଳର ଏକ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି।୨୨ ବର୍ଷ ପରେ ଅଭିଯୁକ୍ତ ବିବନ ବିଶ୍ବାଳ ଧରାପଡ଼ିଥିବା ଜଣାଯାଇଛି। ତାକୁ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଗିରଫ କରାଯାଇଥିବା ନେଇ ପୁଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବିବନକୁ ଗିରଫ କରାଯାଇଥିବା ନେଇ ସିବିଆଇକୁ ସୂଚନା ଦିଆଯାଇଥିବା କଥା କହିଛନ୍ତି ପୁଲିସ କମିସନର୍।