କଳା ବେଲୁନ୍ ଓ ଟମାଟୋ ଧରି ମହିଳା କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମହିଳା କଂଗ୍ରେସର କର୍ମୀମାନେ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରର କୁ ବିରୋଧ କରି ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ବଢି ଚାଲିଥିବା ଧର୍ଷଣ ଓ ସେବାଶ୍ରମରେ ନାବାଳିକା ଗର୍ଭବତୀ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ରଖିବାକୁ ଗତ ୪ ତାରିଖରେ ମହିଳା କଂଗ୍ରେସ ଚେତାବନୀ ଦେଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ନରଖିବାରୁ ଆଜି ମହିଳା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲା । ମହିଳା କଂଗ୍ରେସ କର୍ମୀମାନେ ହାତରେ କଳା ବେଲୁନ୍ ଧରିବା ସହ ଟମାଟ ମାଡ଼ କରିଥିଲେ । ତେବେ ନବୀନ ନିବାସକୁ ଧସେଇ ପଶିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ୍ ୫୦ରୁ ଅଧିକ ମହିଳା କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା।