ସାଇଙ୍କ ଜନ୍ମ ସ୍ଥାନକୁ ନେଇ ତେଜିଲା ବିବାଦ, କାଲି ଶିରିଡିରେ ବନ୍ଦ ରହିବ ସମସ୍ତ ଦୋକାନ ଓ ହୋଟେଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଠାରୁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର । ମନ୍ଦିରକୁ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି ସାଇବାବା ଟ୍ରଷ୍ଟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସାଇବାବାଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ସାଇବାବା ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିଆଯାଇଛି ଏଭଳି ନିଷ୍ପତି ନିଆ ଯାଇଥିବା ସୂଚନା ସୂଚନା ଦେଲେ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟ ବି ୱାକାଚୁରେ ।
ଗତକାଲି ସାଇବାବାଙ୍କ ଜନ୍ମସ୍ଥାନ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ , ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନ ନୂହେଁ ପର୍ଭାନୀର ପଥରୀ ହିଁ ସାଇବାବାଙ୍କ ଜନ୍ମସ୍ଥାନ ।