ମାଘମାସର ସୋମବାର ଦିନ କରନ୍ତୁ ଏହି ଉପାୟ ପୂଜା,ଧନ ପ୍ରାପ୍ତି ହେବା ସହ ଘରକୁ ଆସିବ ସୁଖ ସମୃଦ୍ଧି

ଆମ ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ସ୍ଵତନ୍ତ୍ର ସ୍ଥାନ ରହିଛି । ସେହିଭଳି ମାଘ ମାସ ମଧ୍ୟ ସେଥିରୁ ଗୋଟିଏ । ମାଘ ମାସରେ ପ୍ରତି ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରା ଯାଇଥାଏ । ମାଘ ମାସ ସୋମବାର ଟି ବିଶେଷ ଭାବରେ ମହାଦେବ ଅର୍ଥାତ୍ ଭୋଳା ଶଙ୍କର ଙ୍କୁ ପୂଜା କରାଗଲେ ଜୀବନର ଅନେକ ଅସୁବିଧା ଦୂର ହୋଇଥାଏ ।
ମାନ୍ୟତା ରହିଛି ଯେ ଏହି ମାସରେ ଯଦି ମହାଦେବ ଙ୍କ ବିଶେଷ ପୂଜା କରାଯାଏ ତେବେ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ଓ ସନ୍ତାନ ମାନଙ୍କ ର ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ । ରୋଗ, ଦାରିଦ୍ର୍ୟ, ଦୁଃଖ ଦୂର ହେବା ପାଇଁ ମାଘ ମାସ ସୋମବାର ଦିନ ଏହିସବୁ ଉପାୟ କରିବା ଉଚିତ୍ ।
* ପୌରାଣିକ ମାନ୍ୟତା ଅନୁସାରେ ମାଘ ମାସ ସୋମବାର ଦିନ ପବିତ୍ର ନଦୀରେ ସ୍ନାନ କରି ମହାଦେବ ଙ୍କ ନିକଟରେ ମହମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ମନୋ ବାଞ୍ଚିତ ଫଳ ପ୍ରାପ୍ତି ହୋଇଥାଏ ।
* ଯଦି ଆପଣ ପ୍ରତି ସୋମବାର ଦିନ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇ ଶିବ ସ୍ତୁତି ପାଠ କରିବେ ତେବେ ସନ୍ତାନ ପ୍ରାପ୍ତି ହେବା ସହ ସନ୍ତାନ ମାନଙ୍କର ମଙ୍ଗଳ ହେବ ।
* ନାରଦ ପୁରାଣ ଅନୁସାରେ ମାଘ ମାସରେ ସ୍ଵୟଂ ବିଷ୍ଣୁ ଓ ଲକ୍ଷ୍ମୀ ଧରା ପୃଷ୍ଠାକୁ ଅବତରଣ କରି ଥାଆନ୍ତି । ତେଣୁ ଏହିମାସରେ ବିଷ୍ଣୁ ଲକ୍ଷ୍ମୀଙ୍କ ସହିତ ମହାଦେବ ଙ୍କୁ ଜଳାଭିଷେକ କଲେ ଜୀବନର ସମସ୍ତ ସଙ୍କଟ ପାପ ଓ ରୋଗ ନାଶ ହୋଇଥାଏ ।
* କୁହାଯାଏ ଯେ ମାଘ ମାସ ସୋମବାର ଦିନ ଗୋ ମାତା ଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସମସ୍ତ ବାଧା ବିଘ୍ନ ଦୁର ହୋଇଥାଏ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ