ଇତିହାସରେ ଦ୍ୱିତୀୟ ଘଟଣା; ଏକାଥରେ ମାଡ଼ି ଆସୁଛି ୫ଟି ସାମୁଦ୍ରିକ ଝଡ଼
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏକାଥରେ ମାଡ଼ି ଆସୁଛି ୫ଟି ସାମୁଦ୍ରିକ ଝଡ଼। ବଙ୍ଗୋପସାଗରରେ ନୁହେଁ, ଏହି ବାତ୍ୟାଗୁଡ଼ିକ ସୃଷ୍ଟି ହୋଇଛି ଆଣ୍ଟଲାଟିକ୍ ମହାସାଗରରେ। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ବାତ୍ୟା ସୃଷ୍ଟି ହୋଇଛି ।ସାଟେଲାଇଟ ଇମେଜରେ ୫ଟି ବାତ୍ୟା ସ୍ପଷ୍ଟ ଦେଖାଯାଉଛି। ଏହି ବାତ୍ୟାଗୁଡ଼ିକୁ ନାମକରଣ କରାଯାଇଛି। ଏଗୁଡ଼ିକ ହେଲା ‘ପାଉଲେଟ୍’, ‘ରେନେ’, ‘ସାଲେ’, ‘ଟେଡି’ ଓ ‘ଭିକି’।‘ପାଉଲେଟ’ ବରମୁଡ଼ା ଅତିକ୍ରମ କରି ଆମେରିକା ଆଡ଼େ ମୁହାଁଇଥିବା ବେଳେ ‘ସାଲେ’ ମେକ୍ସିକୋ ଆଡ଼କୁ ମୁହାଁଇଛି।
ପୂର୍ବରୁ ସେହି ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା।