ନର୍ସ ନିହାରୀକା ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାସ, ପ୍ରେମିକ ରାଜା କଟକରେ ହତ୍ୟା କରି ନଦୀରେ ଭସାଇଦେଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନର୍ସ ନିହାରୀକା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେମିକ କିଶୋର କୁମାର ଆଞ୍ଚଲ ଓରଫ ରାଜା ନିହାରିକାକୁ ହତ୍ୟା କରିଥିବା ପ୍ରମାଣ ପୋଲିସକୁ ମିଳିଛି । ପୋଲିସ ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜରେ ରାଜା ନିହାରୀକାଙ୍କ ମୃତଦେହକୁ ଏକ ଅଖାରେ ପୁରାଇ ବାଇକରେ ନେଇ ଯାଉଥିବା ଦୃଶ୍ୟ ରହିଛି ।

ସୂଚନା ଅନୁଯାୟୀ, ନର୍ସ ନିହାରିକାଙ୍କ ପ୍ରେମିକ ତଥା ଭାବି ସ୍ୱାମୀ କିଶୋର ଆଞ୍ଚଲ ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଗତକାଲି ଆତ୍ମସମର୍ପଣ କରିଥିଲା । ଏହି ହତ୍ୟାକାଣ୍ଡ ଉପରୁ ରହସ୍ୟ ଉଠାଇବାକୁ ପୋଲିସ ରାଜକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା । ଏହି ଜେରା ସମୟରେ ରାଜା ସବୁ ସତ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି । ରାଜର ବୟାନ ମୁତବକ ସେ ନିହାରିକାଙ୍କୁ ନେଇ କଟକରେ ଥିବା ତାର ଏକ ସାଙ୍ଗ ଘରକୁ ଯାଇଥିଲା । ସେଠାରେ ରାଜା ଓ ନିହାରିକା ମଧ୍ୟରେ ରାଜାର ବେରୋଜଗାରୀକୁ ନେଇ ବଚସା ହେବାରୁ ରାଜା ନିହାରିକାର ତଣ୍ଟି ଚିପି ଦେଇଥିଲା । ଘଟଣା ସ୍ଥଳରେ ହିଁ ନିହାରିକାର ମୃତ୍ୟୁ ହୋଇଯାଇଥିଲା । ଏହାପରେ ନିହାରିକାର ମୃତ ଦେହ ଏକ ଅଖାରେ ପୁରାଇ ବାଇକରେ ନେଇ ବିଲୁଆଖାଇ ନଦୀରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା । ପୂର୍ବରୁ ମଧ୍ୟ ରାଜାର ବେରୋଜଗାରୀକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା ।

Leave a comment