ଭାଲେଣ୍ଟାଇନ୍ସ ଡେ ୨୦୨୨ ଉପହାର ଏହି ପାଞ୍ଚଟି ଗିଫ୍ଟ ଦିଅନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଫେବୃଆରୀ ୭ ରୁ ଆରମ୍ଭ ହୋଇଯାଇଛି ପ୍ରେମର ଦିନ । ପୁଣି ଫେବୃଆରୀ ମାସକୁ ପ୍ରେମର ମାସ ମଧ୍ୟ କୁହାଯାଏ। ସେଥିପାଇଁ ତ ଏହି ମାସରେ ନିଜ ସାଥିଙ୍କ ସହ ସମୟ ବିତାଇବା ପାଇଁ ଓ ତାଙ୍କୁ ନୂଆ ନୂଆ ଗିଫ୍ଟ ଦେବା ପାଇଁ ସମସ୍ତେ ଚାହାଁନ୍ତି। କାରଣ ଏହି ମାସଟି ପ୍ରେମୀଯୁଗଳଙ୍କ ପାଇଁ ଏକ ସ୍ପେସାଲ୍ ମଂଥ ବା ଖାସ ମାସ । ତେଣୁ ସେମାନେ ଉତ୍ସାହର ସହିତ ଏହି ମାସ ପାଇଁ ଅପେକ୍ଷା ମଧ୍ୟ କରିଥାନ୍ତି।
ହେଲେ ବର୍ତ୍ତମାନ ଫେବୃଆରୀ ମାସ ଆସି ସାରିଛି ପୁଣି ପ୍ରେମ ଋତୁ ମଧ୍ୟ ଆରମ୍ଭ ହୋଇସାରିଛି। ୭ ତାରିଖରୁ ଆରମ୍ଭ କରି ୧୪ ତାରିଖ ପର୍ଯ୍ୟନ୍ତ ଦିନ ଗୁଡ଼ିକ ଖାସ ଥାଏ ପ୍ରେମିଯୁଗଳଙ୍କ ପାଇଁ। ତେବେ ଏହି ଦିନକୁ ଆହୁରି ସୁନ୍ଦର ଓ ସ୍ମରଣୀୟ କରିବା ପାଇଁ ପ୍ରେମୀଯୁଗଳମାନେ ମଧ୍ୟ ନିଜ ସାଥିଙ୍କୁ ଭଲ ଉପହାର ଦେଇଥାନ୍ତି। ଏହି ଖାସ ଦିନରେ ପ୍ରେମୀଯୁଗଳ ଭାଲେଣ୍ଟାଇନ୍ସ ଡେ’ରେ ନିଜ ସାଥୀଙ୍କୁ କିଛି ବିଶେଷ ଉପହାର ଦେବାକୁ ଚିନ୍ତା କରନ୍ତି।

ଯଦି ଆପଣ ମଧ୍ୟ ଆପଣଙ୍କ ସାଥୀଙ୍କୁ କିଛି ଉପହାର ଦେବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଗ୍ୟାଜେଟ୍ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ସାଥୀଙ୍କୁ ଉପହାର ସ୍ୱରୂପ ଦେଇପାରିବେ । ଏହି ଗ୍ୟାଜେଟଗୁଡିକ ପାଇବା ପରେ ଆପଣଙ୍କ ସାଥୀ ନିଶ୍ଚିତ ଭାବରେ ଖୁସି ହେବେ ।

ତେବେ ଆସନ୍ତୁ ଜାଣିବା ଏହି ଗ୍ୟାଜେଟଗୁଡ଼ିକ ବିଷୟରେ

ଇୟରବଡସ୍:
ଆଜିକାଲି ଇୟରବଡଗୁଡିକର ଚାହିଦା ବହୁତ୍ । ଏମିତିକି ଏହା ଏକ ପ୍ରକାରର ଫ୍ୟାଶନ ହୋଇଗଲାଣି। ତେଣୁ ରଙ୍ଗ ବେରଙ୍ଗର ଇୟରବଡ ମାର୍କେଟରେ ଉପଲବ୍ଧ । ତେଣୁ ଯେଉଁମାନେ ଅଧିକ ଫୋନ୍ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ଉପହାର ହେବା। ଆଜିକାଲି ବଜାରରେ ଅନେକ ପ୍ରକାରର ଇୟରବଡ୍ ମିଳୁଛି। ଆପଣ ନିଜ ପସନ୍ଦ ଏବଂ ବଜେଟ୍ ଅନୁଯାୟୀ ଯେକୌଣସି ଇୟରବଡ୍ ନିଜ ସାଥିଙ୍କୁ ଉପହାର କରିପାରିବେ ।

ଟାଇଲ୍ ମେଟ୍:

ଯଦି ଆପଣଙ୍କ ସାଥୀ ବହୁତ କଥା ଭୁଲିଯାଉଛନ୍ତି। ଏମିତିକି ଚାବି ଏବଂ ପର୍ସ ପରି ଜିନିଷ ଯେକୌଣସି ସ୍ଥାନରେ ରଖି ଭୁଲିଯାଆନ୍ତି । ଆପଣଙ୍କ ତାଙ୍କୁ ଏହି ଭାଲେଣ୍ଟାଇନ୍ସ ଡେ’ରେ ଟାଇଲ୍ ମେଟ୍ ଦେଇପାରିବେ। ଏହା ଏକ ପ୍ରକାର ବ୍ଲୁଟୁଥ୍ ଟ୍ରାକିଂ ଡିଭାଇସ୍, ଯାହାକୁ ଚାବି ସହିତ ଆଟାଚ କରାଯାଇପାରେ କିମ୍ବା ଏହାକୁ ପର୍ସ ଭିତରେ ମଧ୍ୟ ରଖାଯାଇପାରିବ । ଯଦି ଆପଣ ନିଜର କୌଣସି ଜିନିଷ ଭୁଲି ଯାଉଛନ୍ତି ତେବେ ଆପଣ ଏହାର ମୋବାଇଲ୍ ଆପ୍ କୁ ଯାଇ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ, ଏହା ସ୍ୱୟଂଚାଳିତ ଭାବରେ ହଜି ଯାଇଥିବା ଚାବି କିମ୍ବା ଫୋନକୁ ଖୋଜି ଦେବ ଓ ରିଙ୍ଗ ହେବାକୁ ଲାଗିବ। କେବଳ ଏତିକି ନୁହେଁ ଯଦି ଆପଣ ନିଜ ଫୋନକୁ କୌଣସି ସ୍ଥାନରେ ସାଇଲେଣ୍ଟ ରଖିଛନ୍ତି, ତେବେ ଟାଇଲ୍ ମେଟ୍ ଉପରେ ଦୁଇଥର କ୍ଲିକ୍ କରନ୍ତୁ। ଫୋନ୍ ସାଇଲେଣ୍ଟ ମୋଡରେ ଥିଲେ ମଧ୍ୟ ଟାଇଲ ମେଟ୍ ଦ୍ଵାରା ବାଜିବା ଆରମ୍ଭ କରିବ। ଏହାର ରେଞ୍ଜ ହେଉଛି ୧୦୦ ମିଟର।
ପାୱାରବ୍ୟାଙ୍କ:
ଆପଣ ଜାଣିଛନ୍ତି ଆଜିକାଲି କେହି ସ୍ମାର୍ଟଫୋନ୍ ଠାରୁ ଏକ ମିନିଟ୍ ମଧ୍ୟ ଦୂରରେ ରହିବାକୁ ଚାହାଁନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି ଯିଏକି ଫୋନ୍ ଚାର୍ଜ କରିବାକୁ ଭୁଲିଯାଆନ୍ତି। ପୁଣି ଫୋନରୁ ଚାର୍ଜ ସରିଗଲେ ଫୋନ୍ ଡେଡ୍ ହୋଇଯାଏ। ତେଣୁ ଏହି ଭାଲେଣ୍ଟାଇନ୍ ଡେ’ରେ ଆପଣ ନିଜ ସାଥୀଙ୍କୁ ଏକ ପାୱାର୍ ବ୍ୟାଙ୍କ ଉପହାର ଦେଇପାରିବେ। କମ୍ ମୂଲ୍ୟରେ ଆପଣ ୧୧ ହଜାରରୁ ୨୦ ହାଜର MH ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ପାୱାର୍ ବ୍ୟାଙ୍କ ମାର୍କେଟରେ ଆପଣଙ୍କୁ ମିଳିଯିବ। ତେଣୁ ଆପଣ ନିଜ ପାର୍ଟନରଙ୍କୁ ପାୱାର ବ୍ୟାଙ୍କ୍ ଗିଫ୍ଟ ଦେଇପାରିବେ। ଯାହାକି ତାଙ୍କୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରିବ। ପୁଣି ତାକୁ ଦେଖି ଆପଣଙ୍କ କଥା ମଧ୍ୟ ମନେପକାଇବେ ଆପଣଙ୍କ ପାର୍ଟନର।

ସ୍ମାର୍ଟୱାଚ୍:
ନିଜ ସାଥିଙ୍କୁ ଭଲ ଉପହାର ଦେବା ପାଇଁ ସ୍ମାର୍ଟୱାଚ୍ ହେଉଛି ଭଲ ଗିଫ୍ଟ। ପୁଣି ସମସ୍ତେ ସ୍ମାର୍ଟ ୱାଚ ପିନ୍ଧିବାକୁ ପସନ୍ଦ କରନ୍ତି । ଏହିପରି ଭଲପାଇବା ଦିବସରେ ଆପଣ ନିଜ ମନର ମଣିଷଙ୍କୁ ସୁନ୍ଦର ଓ ଷ୍ଟାଇଲିସ ସ୍ମାର୍ଟ୍ ଘଣ୍ଟା ଦିଅନ୍ତୁ। ଏହା ତାଙ୍କ ଫିଟନେସକୁ ମଧ୍ୟ ଠିକ୍ ରଖିବ। ସ୍ମାର୍ଟ୍ ୱାଚରେ ଥିବା ସ୍ମାର୍ଟ୍ ସେଟିଂ ତାଙ୍କ ପାଇଁ ଖୁବ୍ ଦରକାରୀ ହେବ। ପୁଣି ଏହାକୁ ଫୋନ୍ ସହିତ ମଧ୍ୟ ସଂଯୋଗ କରାଯାଇପାରିବ। ଆଜିକାଲି ବଜାରରେ ଅନେକ ପ୍ରକାରର ସ୍ମାର୍ଟ ୱାଚ୍ ଉପଲବ୍ଧ ହେଉଛି । ସେଥି ମଧ୍ୟରୁ ଆପଣ କୌଣସି ସ୍ମାର୍ଟ୍ ୱାଚ ନିଜ ସାଥିଙ୍କୁ ଉପହାର ସ୍ୱରୂପ ଦେଇପାରିବେ।
ଟ୍ରିମିଂ କିଟ୍:
ଆଜିର ଯୁଗରେ ଚାଲିଛି ଦାଢି ରଖିବାର ଷ୍ଟାଇଲ। ଯାହାକୁ ଦେଖିବେ ସମସ୍ତେ ଏହି ଦାଢି ଷ୍ଟାଇଲ କରିବା ଫାସନ୍ କରୁଛନ୍ତି। ସେଥିପାଇଁ ତାଙ୍କୁ ଦରକାର ଟ୍ରିମର। ତେଣୁ ଝିଅମାନେ ତାଙ୍କ ପୁରୁଷ ବନ୍ଧୁ ପାଇଁ ଟ୍ରିମିଂ କିଟ୍ ଉପହାର ଦେଇପାରିବେ। କାରଣ ବର୍ତ୍ତମାନ କରୋନା ହେତୁ ଅଧିକାଂଶ ଲୋକ ଘରେ ଦାଢି କାଟିବା ପାଇଁ ଓ ଷ୍ଟାଇଲ କରିବା ପାଇଁ ପ୍ରିଫର୍ କରୁଛନ୍ତି।

ତେଣୁ ଏହି ସବୁ ଗିଫ୍ଟ ଆପଣ ନିଜ ସାଥିଙ୍କୁ ଦେଇପାରିବେ ଭାଲେଣ୍ଟାଇନ୍ ଡେ’ରେ । କାରଣ ଏହାକୁ ସବୁଦିନେ ବ୍ୟବହାର କରାଯାଇପାରିବ। ଏହା ପ୍ରେମର ପ୍ରତୀକ ଭାବେ ଆପଣକଂ ସାଥୀଙ୍କ ପାଖରେ ରହିବ।

Leave a comment