ବିଧାନସଭାରେ ୨୦୨୦-୨୧ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ପାରିତ ହେଲା ୨୦୨୦-୨୧ ବ୍ୟୟ ମଞ୍ଜୁରି ବିଲ୍‌ । ଲୋକସେବା ଭବନ କନଭେନ୍‌ସନ ହଲରେ ପ୍ରଥମଥର ବସିଥିଲା ବିଧାନସଭା ବଜେଟର ଏହି ସ୍ୱତନ୍ତ୍ର ଅଧିବେଶନ ବୈଠକ । ଏହାପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ବାଚସ୍ପତି।

ସୂଚନା ଅନୁଯାୟୀ, କୋରୋନା ପାଇଁ ସ୍ଥଗିତ ଥିବା ବିଧାନସଭାର ବଜେଟ ଅଧିବେଶନର ସ୍ୱତନ୍ତ୍ର ଅଧିବେଶନ ଆଜି ବସିଥିଲା। ୨୦୨୦-୨୧ ବର୍ଷର ବଜେଟ ପାରିତ କରିବା ପାଇଁ ଅଧିବେଶନ ବସିବା ଜରୁରୀ ହୋଇପଡିଥିଲା । ହେଲେ ବିଧାନସଭାର ଡ଼ାକ୍ତର ଓ ଅନ୍ୟ କର୍ମଚାରୀମାନେ କୋରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଥିବାରୁ ସୁରକ୍ଷା ଦୃଷ୍ଟିରୁ ଅଧିବେଶନ ଲୋକସେବା ଭବନର ସ୍ୱତନ୍ତ୍ର ଅଡ଼ିଟରିୟମରେ ବସିଥିଲା । ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ ଦେବା ପାଇଁ ପ୍ରତି ଦଳର ୩୦ ପ୍ରତିଶତ ବିଧାୟକ ଏହି ଅଧିବେଶନ ଆସିବାକୁ ବାଚସ୍ପତି ଅନୁରୋଧ କରିଥିଲେ ।

Leave a comment