ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନ ଥିବା ବେଳେ  ରାଜ୍ୟରେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦଳ ପକ୍ଷରୁ ଜାରି ହୋଇଛି । ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡ଼କରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସ୍ମୃତି ଇରାନୀ, ପ୍ରକାଶ ଜାଭଡ଼େକର ଅଛନ୍ତି। ଏହାଛଡ଼ା ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସମ୍ପାଦକ ସୁରେଶ ପୂଜାରୀ, ସମ୍ବିତ ପାତ୍ର, ଛତିଶଗଡ଼‌ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ଅର୍ଜୁନ ମୁଣ୍ଡା, ଗିରିଧର ଗମାଙ୍ଗ, ବିଶ୍ୱଭୂଷଣ ହରିଚନ୍ଦନ, କେଭି ସିଂଦେଓ, ଡାକ୍ତର ଦାମୋଦର ରାଉତ, ହେମା ମାଳିନୀ, ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ ଦାସ ଓ ମିହିର ଦାସଙ୍କ ନାଁ ବିଜେପି ଷ୍ଟାର ପ୍ରଚାର ତାଲିକାରେ ରହିଛି।

Leave a comment