ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କ ତାଲିକା ପଢ଼ନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ୫୭ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨୪ କ୍ୟାବିନେଟ,୨୪ ରାଷ୍ଟ୍ରମନ୍ତ୍ରୀ ଓ ୯ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)ଙ୍କ ସହ ଶପଥ ନେଇଛନ୍ତି ।
ମୋଦିଙ୍କ ପ୍ରଥମ ପାଳି ମନ୍ତ୍ରୀମଣ୍ଡଳ ପରି ଦ୍ୱିତୀୟ ପାଳିରେ ମଧ୍ୟ ୨ ଜଣ ଓଡିଆ ସ୍ଥାନ ପାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ପ୍ରଥମ ପାଳିଲେ ମନ୍ତ୍ରୀ ଥିବା ଜୁଏଲ ଓ ବରଗଡ଼ ଜିଲ୍ଲା ର ସାଂସଦ ସୁରେଶ ପୂଜାରୀଙ୍କୁ ନିରାଶ ହେବାକୁ ପଡିଛି ।
ଗତକାଲି ଶପଥ ନେଇଥିବା ମନ୍ତ୍ରୀ ମାନେ ହେଲେ :
*୧. ନରେନ୍ଦ୍ର ମୋଦୀ – ପ୍ରଧାନମନ୍ତ୍ରୀ
୨୪ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମାନେ ହେଲେ :
* ୧. ଅମିତ ଶାହା
*୨. ରାଜନାଥ ସିଂହ
* ୩. ନିର୍ମଳା ସୀତାରମଣ
* ୪. ନୀତିନ ଗଡକରୀ
* ୫. ରାମ ବିଳାଶ ପାଶ୍ୱଓ୍ଵନ
* ୬. ରବି ଶଙ୍କର ପ୍ରସାଦ
* ୭. ସଦାନନ୍ଦ ଗୌଡ଼ା
* ୮. ସ୍ମୃତି ଇରାନୀ
* ୯. ନରେନ୍ଦ୍ର ସିଂହ ତୌମାର
* ୧୦. ଶ୍ରୀ ଅର୍ଜୁନ ମୁଣ୍ଡା
* ୧୧.ଥାବର ଚାନ୍ଦ ଗେହଲତ୍
* ୧୨. ଏସ୍. ଜୟଶଙ୍କର
* ୧୩. ରମେଶ ପୋଖରିଆଲ
* ୧୪. ଡକ୍ଟର ହର୍ଷବର୍ଦ୍ଧନ
* ୧୫. ହରସିମିରତ କୌର ବାଦଲ୍
* ୧୬. ପିୟୁଷ ଗୋଏଲ
* ୧୭. ପ୍ରକାଶ କେଶବ ଜାଓ୍ଵଡ଼େକର
* ୧୮. ଧର୍ମେନ୍ଦ୍ର ପ୍ରଧାନ
* ୧୯. ଗଜେନ୍ଦ୍ର ସିଂହ ଶେଖାଓ୍ଵତ
* ୨୦. ମୁକ୍ତାର ଅବାସ ନକ୍ବି
* ୨୧. ପ୍ରହଲ୍ଳାଦ ଜୋଶୀ
* ୨୨. ଡକ୍ଟର ମହେନ୍ଦ୍ର ପାଣ୍ଡେ
* ୨୩. ଡକ୍ଟର ଅରବିନ୍ଦ ଗଣପତ ସାଓ୍ଵନ
* ୨୪. ଶ୍ରୀ ଗିରିରାଜ୍ ସିଂହ
୨୪ ରାଷ୍ଟ୍ରମନ୍ତ୍ରୀମାନେ ହେଲେ :
* ୧. କୃଷ୍ଣ ପାଲ
* ୨. ଅଶ୍ୱିନୀ କୁମାର ଚୌବେ
* ୩. ଶ୍ରୀ ଅର୍ଜୁନ ରାମ ମେଘଓ୍ଵାଲ
* ୪. ବିକେ ସିଂହ
* ୫. ଫଗ୍ଗନ ସିଂହ କୁଲସ୍ତେ
* ୬. ଦାନବେ ରାଓସାହେବ ଦାଦାରାଓ
* ୭. ଜି. କିସନ ରେଡ୍ଡି
* ୮. ପୁରୁଷୋତ୍ତମ ରୁପାଲା
* ୯. ରାମଦାସ ଆଠବଲେ
* ୧୦. ସାଧ୍ୱୀ ନିରଞ୍ଜନ ଜ୍ୟୋତି
* ୧୧. ବାବୁଲ ସୁପ୍ରିୟ
* ୧୨. ସଞ୍ଜିବ କୁମାର ବାଲ୍ୟାନ
* ୧୩. ସଞ୍ଜୟ ଧୋତ୍ରେ
* ୧୪. ଶ୍ରୀ ଅନୁରାଗ ସିଂହ ଠାକୁର
* ୧୫. ଶ୍ରୀ ଅଙ୍ଗଦି ସୁରେଶ ଚନ୍ନବସପା
* ୧୬. ଶ୍ରୀ ନିତ୍ୟାନନ୍ଦ ରାୟ
* ୧୭. ଶ୍ରୀ ରତନ ଲାଲ କଟରିଆ
* ୧୮. ଶ୍ରୀ ଭି. ମୁରଲୀଧରନ
* ୧୯. ଶ୍ରୀମତୀ ରେଣୁକା ସିଂହ ସରୁତା
* ୨୦. ଶ୍ରୀ ସୋମ ପ୍ରକାଶ
* ୨୧. ଶ୍ରୀ ରାମେଶ୍ୱର ତେଲି
* ୨୨. ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
* ୨୩. ଶ୍ରୀ କୈଳାସ ଚୌଧୁରୀ
* ୨୪. ଶ୍ରୀମତୀ ଦେବଶ୍ରୀ ଚୌଧୁରୀ
ସେହିପରି ୯ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)ମନେ ହେଲେ :
* ୧. ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର
* ୨. ରାଓ ଇନ୍ଦ୍ରଜିତ୍ ସିଂହ
* ୩. ଶ୍ରୀପଦ ୟେସୋ ନାଇକ
* ୪. ଡକ୍ଟର ଜିତେନ୍ଦ୍ର ସିଂହ
* ୫. କିରେନ ରିଜିଜୁ
* ୬. ଶ୍ରୀ ପହଲ୍ଳାଦ ସିଂହ ପଟେଲ
* ୭. ରାଜ କୁମାର ସିଂହ
* ୮. ହରଦୀପ ସିଂହ ପୁରୀ
* ୯. ମନସୁଖ ଲକ୍ଷ୍ମଣବାଇ ମାଣ୍ଡବିଆ