ପୁରୀ ବେଳାଭୂମିରେ ପରଷାଯିବ ମଦ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୁରୀ ବେଳାଭୂମିରେ OTDC ପକ୍ଷରୁ ଆରମ୍ଭ ହେବ ‘ବିଚ୍ ସ୍ନାକ୍ସ’ ପ୍ରୋଗ୍ରାମ୍। ତେବେ ପୁରୀ ଏକ ଧାର୍ମିକ ସ୍ଥଳ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ ଏପରି ବ୍ୟବସ୍ଥା ଆରମ୍ଭ ହେବା ନେଇ ଦେଖାଦେଇଛି ଅନିଶ୍ଚିତତା।
ସୂଚନାଯୋଗ୍ୟ, ପୁରୀ ବେଳାଭୂମିରେ ମଦ୍ୟ ପାନ ବ୍ୟବସ୍ଥା ବ୍ୟବସ୍ଥା ନିମନ୍ତେ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲି ଆବେଦନର ଶେଷ ଦିନ ରହିଛି । ଅନ୍ୟପଟେ ଶ୍ରୀକ୍ଷେତ୍ର ଭଳି ଜାଗାରେ ପର୍ଯ୍ୟଟନର ବିକାଶ ନାଁରେ ଓଟିଡିସି ପକ୍ଷରୁ ମଦର ପ୍ରସାର ନିମନ୍ତେ ହେଉଥିବା ଯୋଜନାକୁ କଡ଼ା ବିରୋଧ କରିଛନ୍ତି ପୁରୀ ସହରର ବିଭିନ୍ନ ସଂଗଠନ । ପୁରୀ ସହରରେ ଏପରି ଯୋଜନା କେବେ କି ଆରମ୍ଭ ହେବାକୁ ଦିଆଯିବନି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ୫୦ରୁ ଅଧିକ ସଂଗଠନ ଏକତ୍ରିତ ହୋଇ ଏନେଇ ଆଜି ପୁରୀ ଜିଲାପାଳଙ୍କୁ ଭେଟି ଏହି ଯୋଜନା ବନ୍ଦ ପାଇଁ ଦାବି ଜଣାଇଛନ୍ତି।
ପୁରୀ ଏପରି ଏକ ପବିତ୍ର ସ୍ଥାନ ଯେଉଁଠି ପ୍ରଭୁଙ୍କ ଦର୍ଶନ କଲେ ମୁକ୍ତି ମିଳେ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ପ୍ରଭୁ ରାସ୍ତାକୁ ଆସି ବଡ଼ଦାଣ୍ଡରେ ବୁଲନ୍ତି । ମଦ, ମାଂସ ନୃତ୍ୟ କରି ଏପରି ଏକ ଧାର୍ମିକ ସ୍ଥାନର ସାଂସ୍କୃତିକ ଅବକ୍ଷୟ କରିବା, ଭାରତୀୟଙ୍କ ଯୁଗ ଯୁଗର ନୈତିକ, ମୌଳିକ ଅଧିକାର ଉପରେ ଆଘାତ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ।