ପଶ୍ଚିମବଙ୍ଗରେ ବଜ୍ରପାତ, ୨୦ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ର ୩ଜିଲ୍ଲାରେ ବଜ୍ରପାତ ଘଟି ଅନ୍ୟୂନ ୨୦ଜଣଙ୍କ ପ୍ରାଣହାନୀ ଘଟିଛି। ମର୍ସିଦାବାଦରେ ୯ଜଣ, ହୁଗୁଳିରେ ୯ଜଣ ଏବଂ ପୂର୍ବ ମେଦିନୀପୁରରେ ୨ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ, ଏହି ଜିଲ୍ଲାଗୁଡ଼ିକରେ ସୋମବାର ଅପରାହ୍ଣରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଏହା ପ୍ରାକ୍ ମୌସୁମୀ ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପିଛା ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିରେ ଆହତ ହୋଇଥିବା ଲୋକଙ୍କ ଲାଗି ୫୦ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି।

Leave a comment