ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

0

ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ବୁଧବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଛି।

ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟନ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମହିଳା ଓ ବିଦ୍ୟାର୍ଥୀ ପଥଚାରୀଙ୍କ ସର୍ବାଧିକ ଭଡ଼ା ୫ ଟଙ୍କା ରହିଛି। ରାଜ୍ୟରେ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏହି ଯୋଜନାର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଯୁଗାନ୍ତକାରୀ ଯୋଜନା, ଗଞ୍ଜାମ ଜିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିନ। ଜିଲ୍ଲାରେ ଗମନାଗମନର ଅସୁବିଧାକୁ ହୃଦୟଙ୍ଗମ କରି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଜିଲ୍ଲାର ଲୋକେ ଉପକୃତ ହେବା ସହିତ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ପାଇଁ ବେଶ୍‌ ସହାୟକ ହେବ। ସେମାନେ କମ ଖର୍ଚ୍ଚରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାତାୟାତ କରି ପାରିବେ। ଗାଁରୁ ସହରକୁ ଆସିବା ନିମନ୍ତେ ସବୁ ବର୍ଗର ଲୋକମାନେ ସୁବିଧାରେ ଗମନାଗମନ କରି ପାରିବେ। ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଜି ଲକ୍ଷ୍ମୀ ବସ୍‌ର ଲୋକାର୍ପଣ ହୋଇଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

 

Leave a comment