ପାଣ୍ଡିଆନଙ୍କ ଘର ଆଗରୁ ମହିଳାଙ୍କୁ ଉଠାଇନେଲା ପୋଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଦିନ ୨ଟା ଉଦୁଉଦିଆ ଖରାବେଳେ ୬ନମ୍ବର ଭୁବନେଶ୍ୱର କ୍ଲବ ସାଇଡ ରାସ୍ତାରେ ପୋଲିସ ମାରୁଥିଲା ପାଇଁତରା। ଜୋନ୧ ଏସଇପି ଅସୀମ ପଣ୍ଡା କଳା ଚଷମା ପିନ୍ଧି ମହିଳା ଥାନା ଆଇଆଇଆସି ଙ୍କୁ ସାଙ୍ଗରେ ଧରି ଏହି ରାସ୍ତା ଉପରେ ରଖିଥିଲେ ତୀକ୍ଷ୍ଣ ନଜର। ଗଣମାଧ୍ୟମ ପୋଲିସ କୁ ଦେଖି ଯେତେ ପଚାରିଥିଲେ ମଧ୍ୟ ସେମାନେ କୌଣସି ଉତ୍ତର ନଦେଇ କଳା ଚଷମା ପିନ୍ଧି ନଜର ରଖିଥିଲେ ସାମ୍ନାରେ ଥିବା ଗଳି ଉପରେ।
ଗଣମାଧ୍ୟମ ଖବର ବୁଝୁ ବୁଝୁ ଜାଣିବାକୁ ପାଇଲେ ଜଣେ ମହିଳା ଉଲଗ୍ନ ହୋଇ ପ୍ରତିବାଦ କରିବାକୁ ଆସିବାରଥିଲା ।
ସେ ନିଜକୁ ତାଳଚେର ର ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ଭାବରେ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି। ନ୍ୟାୟ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘରକୁ ସେ ଆସିଥିଲେ । ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଅଟକ ରଖିଛି ।
ସେ ମହିଳା ଥାନା ଓ ଖାରବେଳ ନଗର ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ। ସିପି ଓ ଡିସିପିଙ୍କୁ ମଧ୍ୟ ଗୁହାରି ଜଣାଇଥିଲେ। ଏନେଇ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ମଧ୍ୟ ନିଜ ହାତ କାଟି ପ୍ରତିବାଦ କରିଥିଲେ। ହେଲେ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ନ୍ୟାୟ ମିଳିନାହିଁ ।