ଦାଦନ ଶ୍ରମିକ ମୃତ, ରାସ୍ତାରୋକ କଲେ ପରିବାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖପ୍ରାଖୋଲ ବ୍ଲକ୍ ଲାଠୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକେ ରାସ୍ତାରୋକ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଲାଠୋର ଗ୍ରାମର କାର୍ତ୍ତିକ ପୁଟେଲ ଆନ୍ଧ୍ରପ୍ରଦେଶର ଏକ ଇଟା ଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ।
ଇଟା ଭାଟି ମାଲିକ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ମର ଶରୀର ଲାଠୋରରେ ପହଞ୍ଚିବା ପରେ କ୍ଷତିପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ ଖପ୍ରାଖୋଲ ନୂଆପଡ଼ା ରାସ୍ତା ଲାଠୋର କଲେଜଛକ ଠାରେ ମୃତ ଦେହ ରଖି ରାସ୍ତାରୋକ କରିଥିବା ଜଣାଯାଇଛି।

Leave a comment