ନଦୀରୁ ଉଦ୍ଧାର ହେଲା ଆଉଏକ ମୃତ ଦେହ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):କୁଆଖାଇ ନଦୀରୁ ପୁଣି ଏକ ମୃତ ଦେହ ଉଦ୍ଧାର ହୋଇଛି । ସହିଦନଗର ଥାନା ଅନ୍ତର୍ଗତ ଟଙ୍କପାଣି ବ୍ରିଜ ପାଖ ବାଙ୍କୁଆଳ ଗ୍ରାମ ନିକଟରୁ ବାଲିଅନ୍ତା ପୋଲିସ୍ ବାଲିଅନ୍ତା ଅଗ୍ନିଶମ ସହାୟତାରେ ମୃତ ଦେହ ଉଦ୍ଧାର କରାଯାଛି । ନଦୀରେ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ ।
ମୃତ ଦେହଟି ଫୁଲି ଯାଇଥିବା ଦେଖାଯାଇଛି । ମୃତ ବ୍ୟକ୍ତି ଜଣକ ଜୀନ୍ ପ୍ୟାଣ୍ଟ ,ସାର୍ଟ ପିନ୍ଧିଥିବା ଦେଖାଯାଇଛି । ପୋଲିସ୍ ମୃତ ଦେହ ନିକଟରୁ ଏକ ମୋବାଇଲ ଜବତ କରିଛି । ୪ ରୁ ୫ ଦିନ ହେବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନାହିଁ । ପୋଲିସ୍ ଅଧିକ ତଦନ୍ତ ଚଳାଇଛି ।