ପୁଣିଥରେ ଅଡୁଆରେ କେଆରକେ; ପ୍ରଥମେ ସଲମାନ ଏବେ ଶାହରୁଖ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ
ପୁଣି ଥରେ ଅଡୁଆରେ କେଆରକେ। ମାତ୍ର କିଛି ମାସ ପୂର୍ବରୁ ସେ ଜାମିନରେ ଆସିଥିଲେ। ତାଙ୍କ ଉପରେ ସଲମାନ ଖାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବର୍ତ୍ତମାନ ଶାହରୁଖ ଖାନ ମଧ୍ୟ ଏପରି କିଛି କରିବାକୁ ଯାଉଛନ୍ତି। ‘ପଠାନ’ ଗୀତ ବେସରମ ରଙ୍ଗକୁ ନେଇ ଦୀପିକା ପାଦୁକୋନଙ୍କୁ ମନ୍ତବ୍ୟ ଦେବା କେଆରକେଙ୍କୁ ଭାରି ପଡିଛି ।
କମଲ ଖାନ ଟ୍ୱିଟ କରି ଲେଖିଛନ୍ତି, ଖବର ଅନୁଯାୟୀ, ଶାହରୁଖ ଖାନ ମୋ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। କାରଣ ବେସରମ ରଙ୍ଗରେ ଅଧିକ ଅଙ୍ଗ ପ୍ରଦର୍ଶନ କରିଥିବା ପାଇଁ ସତ୍ୟ କହିଥିଲି। ମୁଁ କିଛି ଭୁଲ୍ କହିଛି ଯଦି, ଆପଣ ମୋର ଗୀତରେ ସମୀକ୍ଷା ଏଠାରେ ଦେଖିପାରିବେ। ଏହା ବ୍ୟତୀତ କେଆରକେ ଅନ୍ୟ ଏକ ଟ୍ୱିଟ୍ ବି କରିଛନ୍ତି।
ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି, ଯଦି ଶାହାରୁଖ ଖାନ ଭାବୁଛନ୍ତି ତାଙ୍କ ଫିଲ୍ମ ପଠାନ କେବଳ ମୋର ସମୀକ୍ଷା ହେତୁ ଫ୍ଲପ୍ ହେବ, ତେବେ ସେ ଭୁଲ୍ ହେବେ। ତାଙ୍କ ଫିଲ୍ମ ଏହି ତିନୋଟି କାରଣରୁ ଫ୍ଲପ୍ ହେବ। ପ୍ରଥମଟି ଭୁଲ ନାମ ହେତୁ, ଦ୍ୱିତୀୟଟି ସମାନ କାହାଣୀ ଏବଂ କାର୍ଯ୍ୟ ହେତୁ ଏବଂ ତୃତୀୟଟି ପବ୍ଲିକ୍ ଦ୍ୱାରା ବଏକଟ୍ ହେତୁ। ଯଦି ସେ ମୋତେ ଏହି ଫିଲ୍ମର ସମୀକ୍ଷା କରିବାକୁ ମନା କରନ୍ତି, ତେବେ ମୁଁ କରିବି ନାହିଁ।