କରୋନା ମୁକାବିଲା: ଭିମ୍‌ସାର୍‌ରେ ପୁଲ୍ ଟେଷ୍ଟ କାଲିଠୁ ଆରମ୍ଭ – ସ୍ବାସ୍ଥ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁର୍ଲା ଭିମ୍‌ସାର୍‌ରେ ଆସନ୍ତାକାଲିଠାରୁ କୋଭିଡ୍-୧୯ ପରୀକ୍ଷଣ କେନ୍ଦ୍ରରେ ପୁଲ୍ ଟେଷ୍ଟ୍ କରାଯିବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ସେ ଆଜି ଭିମ୍‌ସାର୍‌ରେ ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏଠାରେ ଦୁଇଟି ସିଫ୍ଟରେ ପ୍ରତିଦିନ ୯୦ଜଣଙ୍କର ପରୀକ୍ଷା କରାଯିବ । ପ୍ରତି ସିଫ୍ଟରେ ୪୫ଜଣଙ୍କର ପରୀକ୍ଷା କରାଯିବ। ଏଥିଲାଗି ରାଉରକେଲାର ଏନଆଇଟିରୁ ଆଉ ଦୁଇଟି ପିସିଆର୍ ମେସିନ୍ ମଗାଯାଇଛି ଏବଂ ତାହା ଆସିଲେ ଅଧିକ ସଂଖ୍ୟକ ପୁଲ୍ ଟେଷ୍ଟ୍ କରାଯାଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Leave a comment