ଆଲୁମିନିୟମ୍ ଫଏଲ ପେପରରେ ଖାଇବା ନେଉଥିଲେ ସାବଧାନ

ବ୍ୟବସାୟୀ ହୁଅନ୍ତୁ ବା ଛାତ୍ର ଅବା ଚାକିରିଆ ନିଜର କାର୍ଯ୍ୟ କ୍ଷେତ୍ରକୁ ଗଲାବେଳେ ସାଙ୍ଗରେ ଖାଦ୍ୟ ନେଇଯାଇଥାନ୍ତି । ତେବେ ଏହି ଖାଦ୍ୟକୁ ଅଧିକାଂଶ ଆଲୁମିନିୟମ୍ ଫଏଲ ପେପରରେ ଗୁଡାଇ ନେଇଥାନ୍ତି । ଯାହାଫଳରେ ଖାଦ୍ୟ ଅଧିକ ସମୟ ଗରମ ରହିବ । ତେବେ ଆପଣ ଜାଣନ୍ତି କି ଆଲୁମିନିୟମ ଫଏଲ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ମାରାତ୍ମକ ହୋଇପାରେ ।ଆଲୁମିନିୟମ୍ ଫଏଲରେ ଗରମ ଖାଦ୍ୟ ରହିଲେ ଏଥିରେ ଥିବା ମାରାତ୍ମକ ତତ୍ତ୍ୱ ଖାଦ୍ୟ ସହ ମିଶି ଶରୀରକୁ ଯାଇଥାଏ । ଯାହା ହୃଦ ରୋଗ ଓ କ୍ୟାନସର ସହ ଅନ୍ୟ ରୋଗ ଆଶଙ୍କା ବୃଦ୍ଧି କରିଥାଏ । ଆଲୁମିନିୟମ୍ ଫଏଲ ପେପରରେ ଖାଦ୍ୟ ରଖିବା ଦ୍ୱାରା ଆପଣଙ୍କ ହାଡ କମ୍ଜୋର ହୋଇଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆଲୁମିନିୟମରେ ଖାଦ୍ୟ ରଖି ଖାଇବା ଦ୍ୱାରା ମାରାତ୍ମକ ଆଲ୍ଜେମିର ରୋଗ ମଧ୍ୟ ହୋଇପାରେ । ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ବ୍ରେନ ସେଲ୍ର ବୃଦ୍ଧି ଠିକ୍ ଭାବେ ହୋଇନଥାଏ । ଫଏଲ ପେପରରେ ଖାଦ୍ୟ ରଖିବା ଦ୍ୱାରା ଏଥିରେ ଥିବା ତତ୍ତ୍ୱ ଶରୀରରେ ଏକାଠି ହୋଇଥାଏ । ଯାହାକି ଆଜ୍ମା ଓ ଶ୍ୱାସ ସଂକ୍ରାନ୍ତୀୟ ରୋଗ ସୃଷ୍ଟି କରିଥାଏ । ତେଣୁ ଫଏଲ ପେପର ଠାରୁ ସର୍ବଦା ଦୂରରେ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।