ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବିକଲେ କ୍ରିଷନ କୁମାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ କାର୍ଯ୍ୟରତ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଶ୍ରୀମନ୍ଦିର କାର୍ଯ୍ୟାଳୟର ଯେଉଁ କର୍ମଚାରୀମାନେ କୋଭିଡ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ନୀଳାଚଳ ଭକ୍ତ ନିବାସରେ ରହୁଥିବା କୋଭିଡ ରୋଗୀଙ୍କ ସେବା କରିବା ସହ ସେବାୟତଙ୍କ ଭ୍ୟାକ୍ସିନେସନରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିଥିଲେ ଏମାନେ । ଶ୍ରୀମନ୍ଦିରର ବାହାର ଓ ଭିତର ନୀତି ବେଳେ ମଧ୍ୟ ଏମାନେଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି । ତେଣୁ ଏମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବାକୁ ସେ ଚିଠିରେ ନିବେଦନ କରିଛନ୍ତି ।