ସବୁଠୁ ଗେଡ଼ା ମଣିଷ ଭାବେ ଖାପାଙ୍ଗିଙ୍କ ଗିନିସ୍ ବୁକ୍ ରେକର୍ଡ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଶ୍ୱର ସବୁଠୁ ଗେଡ଼ା ମଣିଷ ଭାବେ ନେପାଳର ଦୋର ବାହାଦୁର ଖାପାଙ୍ଗି ବିବେଚିତ ହୋଇଛନ୍ତି । ସେ ଗିନିସ୍ ବୁକ୍ ରେକର୍ଡରେ ସ୍ଥାନ ପାଇଛି । ଖାପାଙ୍ଗିଙ୍କ ଉଚ୍ଚତା ମାତ୍ର ୨ ଫୁଟ ୪.୯ ଇଞ୍ଚ ବା ୭୩. ୪୩ ସେଣ୍ଟିମିଟର । ସେ କାଠମାଣ୍ଡୁ ନିକଟ ଏକ ଗ୍ରାମରେ ୨୦୦୪ ନଭେମ୍ବର ୧୪ରେ ଜନ୍ମ ଗ୍ରହଣ କରିଥିଲେ ।
ଖାପାଙ୍ଗିଙ୍କୁ ଏବେ ୧୮ ବର୍ଷ । ସବୁଠୁ ଗେଡା ମହିଳା ଭାବେ ଭାରତର ଜ୍ୟୋତି ଆମଙ୍କ ନାମ ୨୦୦୯ ରୁ ବଳବତ୍ତର ରହିଛି । ତାଙ୍କ ଉଚ୍ଚତା ମାତ୍ର ୨ ଫୁଟ ବା ୬୧,୯୫ ସେଣ୍ଟିମିଟର । ତାଙ୍କୁ ଏବେ ୨୮ ବର୍ଷ। ପୂର୍ବରୁ ଖଗେନ୍ଦ୍ର ଥାପା ମାଗର ବିଶ୍ୱର ସବୁଠୁ ଗେଡ଼ା ମଣିଷ ଥିଲେ। ତାଙ୍କ ଉଚ୍ଚତା ୨ ଫୁଟ ୨ ଇଞ୍ଚ ଥିଲା । ୨୦୨୦ରେ ତାଙ୍କର ୩୨ ବର୍ଷରେ ମୃତ୍ୟୁ ଘଟିଥିଲା ।