ଫେବୃଆରୀ ୫ରୁ ଦୁଲୁକିବ ଖଣ୍ଡଗିରି

ଓଡିଶା ଫାଷ୍ଟ( ବ୍ୟୁରୋ) : ଫେବୃଆରୀ ୫ରୁ ଦୁଲୁକିବ ଖଣ୍ଡଗିରି l ଚଳିତ ଯାତ୍ରା ମହାସମର ପାଇଁ ୬ଟି କମିଟି ପକ୍ଷରୁ ଆଠ ଦିନ ଧରି ୧୨ ଅପେରା ଯାତ୍ରା ପରିବେଷଣ କରିବେ। ବିଭିନ୍ନ କମିଟି ପକ୍ଷରୁ ଯାତ୍ରା ପାର୍ଟିକୁ ନେଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହିତ ଯେପରି ଦର୍ଶକଙ୍କ କୌଣସି ଅସୁବିଧା ନହୁଏ ସେଥିପ୍ରତି କମିଟି ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ୫ରୁ ଯାତ୍ରା ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ l ଘାଟିକିଆ ସନାତନ ସେବା ସଦନ ପକ୍ଷରୁ ୧୧ ରାତି ଯାତ୍ରା ମଞ୍ଚସ୍ଥ ହେବ।
– ୫ରୁ ୭ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ
-୮ରୁ ୧୧ ପର୍ଯ୍ୟନ୍ତ ଯାତ୍ରା ଇନ୍ଦ୍ରଭୁବନ
– ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଧଉଳି ଗଣନାଟ୍ୟ ଯାତ୍ରା ପରିବେଷଣ କରିବେ। ଡ. ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ଆଇଗଣିଆ ଡୁମୁଡୁମା ପକ୍ଷରୁ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ। ଏହି ମଞ୍ଚରେ ୬ରୁ ୯ ପର୍ଯ୍ୟନ୍ତ ଯାତ୍ରା ମାୟାନଗରୀ, ୧୦ରୁ ୧୩ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ଏବଂ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ସ୍ବର୍ଣ୍ଣମହଲ ଯାତ୍ରା ପରିବେଷଣ କରିବେ।
ମା’ ମଙ୍ଗଳା ନାଟ୍ୟ ସଂସଦ ଜାଗମରା ପକ୍ଷରୁ ୫ରୁ ୯ ପର୍ଯ୍ୟନ୍ତ କଳିଙ୍ଗ ଗଣନାଟ୍ୟ ଏବଂ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଶିବାନୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିବେ। ସେହିପରି ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ୬ରୁ ୯ ତାରିଖ ଯାତ୍ରା ସ୍ବପ୍ନ ମହଲ, ୧୦ରୁ ୧୬ ପର୍ଯ୍ୟନ୍ତ ଯାତ୍ରା ରଙ୍ଗମହଲ ଯାତ୍ରା ପରିବେଷଣ କରିବେ।