କେଜିଏଫ୍-୩’ରେ ୧୬ଟି ଦେଶରେ ଅପରାଧର କାହାଣୀ ଦେଖିବାକୁ ମିଳିବ

0

ମୁମ୍ବାଇ: ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଚଳଚ୍ଚିତ୍ର କେଜିଏଫ୍‌ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସୁପରଷ୍ଟାର ତଥା ରକିଂ ଷ୍ଟାର୍ ୟଶଙ୍କ ଫିଲ୍ମ ସିନେମା ଘରେ ଧମାଲ୍‌ କରୁଛି । ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଦେଖାଯାଉଛି । ଦର୍ଶକ ଫିଲ୍ମକୁ ବହୁତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ପ୍ରଶଂସକମାନେ ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ପସନ୍ଦ କରୁଛନ୍ତି । ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ବଡ ଏବଂ ଖୁସି ଖବର ଆସିଛି । ୟଶଙ୍କ ‘KGF ପାର୍ଟ-୨ ପରେ, ପାର୍ଟ ୩’ ଆସିବାର ସୂଚନା ମଧ୍ୟ ମିଳିଛି ।

ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍-୩ ପାଇଁ କାମ କରୁଛନ୍ତି। କହିବାକୁ ଗଲେ କେଜିଏଫ୍‌ ର ପ୍ରଥମ ଅଧ୍ୟାୟ ୨୦୧୮ ରେ ମୁକ୍ତିଲାଭ କରିଥିଲା ​​ଏବଂ ଏହା ପରେ ୨୦୨୨ମସିହାରେ ଫିଲ୍ମର ଦ୍ୱିତୀୟ ଅଧ୍ୟାୟ ମୁକ୍ତିଲାଭ କରିଛି। ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଶାନ୍ତ ନୀଲଙ୍କୁ ଏହାରି ବିଷୟରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସେ କହିଥିଲେ ଯେ ଏତେ ଜଲଦୀ ଏ ବିଷୟରେ କହିବା ଠିକ୍‌ ହେବ ନାହିଁ । ଯଦି ଲୋକମାନେ କେଜିଏଫ୍‌-୨ କୁ ପସନ୍ଦ କରୁଛନ୍ତି। ତାହାଲେ ଆମେ ଫ୍ରାଞ୍ଚାଇଜ୍‌କୁ ଜାରି ରଖିବାକୁ ଚିନ୍ତା କରିପାରିବୁ । ଗୋଟିଏ ପଟେ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ଫିଲ୍ମର ତୃତୀୟ ଭାଗ ବିଷୟରେ କହିଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ହେଲେ କୁହାଯାଉଛି କି ‘କେଜିଏଫ୍-୩’ରେ ଆମେରିକା-ଇଣ୍ଡୋନେସିଆ ସମେତ ୧୬ଟି ଦେଶରେ ଅପରାଧର କାହାଣୀ ଦେଖାଯିବ ବୋଲି ନିର୍ଦ୍ଦେଶକ ପ୍ରଶାନ୍ତ କହିଛନ୍ତି ।

Leave a comment