କାଠଯୋଡ଼ି ବ୍ରିଜରୁ ନଦୀକୁ ଡେଇଁପଡ଼ିଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କାଠଯୋଡି ବ୍ରିଜରୁ ନଦୀକୁ ଡେଇଁଲେ ଯୁବକ। ଗୋପାଳପୁର ଛକ ନିକଟରେ ଖାରବେଳ ନଗରର ସପନ କୁମାର ବେହେରା ପାଣିକୁ ଡେଇଁପଡିଥିବା ସୂଚନା। ଘରୁ ଗତକାଲି ସଂଧ୍ୟାରେ ସେ ବାହାରି ଆସିଥିଲେ। ଆଜି କୌଣସି କାରଣରୁ ସ୍କୁଟି ରଖି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ପୋଲିସ ସ୍କୁଟି ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲା। ସପନ କୋରିଅର କମ୍ପାନୀରେ କାମ କରନ୍ତି। କୌଣସି କାରଣରୁ ଯୁବକ ଜଣକ ମାନସିକ ଅଶାନ୍ତି ଭିତରେ ରହି କିଛି ଦିନ ହେବ ନିଶା କରୁଥିଲେ। ପରିବାର ଲୋକଙ୍କ ସହ ଭଲରେ କଥା ହେଉନଥିବା ପରିବାର ଲୋକ କହିଛନ୍ତି। ପୋଲିସ ଓ ଅଗ୍ନୀଶମ ଟିମ ଘଟଣାସ୍ଥଳରେ ଖୋଜାଖୋଜି କରୁଛନ୍ତି।

Leave a comment