ଭୁବନେଶ୍ବର ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ସଭାପତିତ୍ୱ କଲେ ଅମରେଶ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟସ୍ଥ ଶ୍ରୀ ସାଇ କନଭେସନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନାଙ୍କ ସଭାପତିତ୍ଵ କରିଥିଲେ ।

ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ବିଜେଡିର ସଦସ୍ୟତା ପର୍ଯ୍ୟବେକ୍ଷକ ଶ୍ରୀ.ଦେବୀ ପ୍ରସାଦ ମିଶ୍ର , ପର୍ଯ୍ୟବେକ୍ଷକ ପ୍ରଦୀପ ପାଣିଗ୍ରାହୀ, ଜିଲ୍ଲାର ସମସ୍ତ ବିଧାୟକ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ , ରାଜ୍ୟ ଗୃହ ନ୍ରିମାଣ ଅଧକ୍ଷ ପ୍ରିୟଦର୍ଶୀ ମିଶ୍ର, ଖଦି ବୁଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାଏ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦୂର୍ଗା ସାମନ୍ତରାଏ, ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ରାଜ୍ୟ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ରାଜ୍ୟ ଯୁବ ବିଜେଡି ଉପସଭାପତି ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ପଟ୍ଟନାୟକ ସନ୍ତୋଷ ବେଜ, ଭୂବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ଭୁବନେଶ୍ବର ଯୁବ ବିଜେଡି ସଭାପତି ଅମରଜୀତ ସେନାପତି, ଜିଲ୍ଲା ଛାତ୍ର ବିଜେଡି ସଭାପତି କଳ୍ପତରୁ ଓଝା, ମହିଳା ସଭାପତି ଭାରତୀ ସିଂ, ଭୁବନେଶ୍ଵର ଛାତ୍ର ବିଜେଡି ଜୋନ ସଭାପତି ଅଜିତ ବେହେରା ଓ ଯୁବ,ଛାତ୍ର,ମହିଳା ପୂର୍ବତନ କର୍ପୋରେଟର, ସରପଞ୍ଚ ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଦସ୍ୟ ଗୀତା ବସ୍ତିଆ ,ମହାମାୟ ସ୍ୱାଈ ଜନତା ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡି ଭୁବନେଶ୍ୱର ସଂଗଠନ ଜିଲ୍ଲାରୁ ୬ ଲକ୍ଷ ରୁ ଉର୍ଦ୍ଧ ସଭ୍ୟ ସଂଗ୍ରହ କରାଯିବା ଲକ୍ଷ ରଖିଛି । ଆଗାମୀ ଦିନରେ କିପରି ଭାବେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ ଓ ତ୍ୱରାନ୍ୱିତ କରିବା ସହ ଅଧିକ ସଂଖ୍ୟକ ସଭ୍ୟ ଯୋଡିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।

Leave a comment